କଂଗ୍ରେସ ଟିକେଟ ପାଇଁ ଅନ୍‌ଲାଇନ ଆବେଦନ

ଭୁବନେଶ୍ୱର,୫ା୨(ସୁନିତ୍‌ ମିଶ୍ର): କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଦଳ ପକ୍ଷରୁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାରେ କଂଗ୍ରେସ ପକ୍ଷରୁ ପ୍ରଗମନ ଅଭିଯାନ ଆରମ୍ଭ କରାଯାଇଛି। ରବିବାର ଠାରୁ ଟିକେଟ ଆଶାୟୀମାନେ www.pragaman.inରେ ଅନ୍‌ଲାଇନ ଯୋଗେ ଆବେଦନ କରିପାରିବେ। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଏହି ଲିଙ୍କ୍‌ରେ ଉପଲବ୍ଧ ଥିବା ଫର୍ମ ପୂରଣ କରି ଆବେଦନ କରିପାରିବେ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଟିକେଟ ବଣ୍ଟନରେ ସ୍ବଚ୍ଛତା ରକ୍ଷା ଏବଂ ବାସ୍ତବରେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କ ସେବା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାକୁ କଂଗ୍ରେସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି ବୋଲି କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି।
କଂଗ୍ରେସ ଭବନଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅଜୟ କୁମାର କହିଛନ୍ତି ଯେ, ପ୍ରୋଜେକ୍ଟ ପ୍ରଗମନ ନାମକ ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ସାଧାରଣ ଲୋକଙ୍କୁ ନେତୃତ୍ୱ ଦେବାର ସୁଯୋଗ ସୃଷ୍ଟି କରିଛି। ଅର୍ଥାତ୍‌ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଚାହୁଁଥିବା ବ୍ୟକ୍ତି www.pragaman.inରେ ଲଗ୍‌ଇନ୍‌ କରି ଫର୍ମ ଯୋଗେ ଟିକେଟ ପାଇଁ ଆବେଦନ କରିପାରିବେ। ବୁଥ୍‌ଠାରୁ ଆରମ୍ଭ କରି ସମସ୍ତ କଂଗ୍ରେସ କର୍ମୀ, ନେତା, ସାଧାରଣ ଜନତା ଯେଉଁମାନେ ଚାହିଁବେ ଆବେଦନ କରିପାରିବେ। ଓଡ଼ିଶାର ପ୍ରକୃତ ବିକାଶ ଚାହୁଁଥିବା ଏବଂ ସାଧାରଣ ଲୋକଙ୍କ ହକ୍‌ ପାଇଁ ଲଢ଼େଇ କରୁଥିବା ସ୍ବାଭିମାନୀ ଓଡ଼ିଆଙ୍କ ହାତରେ ନେତୃତ୍ୱ ଦେବାକୁ ଦଳ ନିଷ୍ପତ୍ତି ନେଇଛି। ଭାଜପା ଏବଂ ବିଜେଡି ଟିକେଟ ବଣ୍ଟନ ସଲାସୁତରାରେ ଚାଲିଛି। ଭାଜପାରେ କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଟିକେଟ ପ୍ରଦାନର କ୍ଷମତା ରହିଛି। ସେହିପରି ବିଜେଡିରେ ଜଣେ ବାବୁ ଟିକେଟ ବଣ୍ଟନ କରିବାର କ୍ଷମତା ରଖିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଭାଜପାର ଟିକେଟ ବଣ୍ଟନରେ ମଧ୍ୟ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛନ୍ତି। ମାତ୍ର କଂଗ୍ରେସରେ ସେମିତି ବ୍ୟବସ୍ଥା ନାହିଁ। କଂଗ୍ରେସ ମଧ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟା ବଜାୟ ରହିଛି। କୌଣସି ସ୍ବାଭିମାନୀ ଓଡ଼ିଆଙ୍କୁ ଓଡ଼ିଶାର ସେବା କରିବା ନିମନ୍ତେ ନେତୃତ୍ୱ ନେବାକୁ ବାହାର ଲୋକଙ୍କ ପାଖରେ ହାତ ପତେଇବାକୁ ପଡ଼ିବ ନାହିଁ। କଂଗ୍ରେସ ସବୁବେଳେ ସାଧାରଣ ଲୋକଙ୍କ ସହିତ ରହିଆସିଛି। କଂଗ୍ରେସ ଟିକେଟ ପାଇଁ କୌଣସି ପ୍ରକାର ସୁପାରିସ କି ଅର୍ଥ କାରବାର ହୋଇପାରିବ ନାହିଁ। ଆଶାୟୀ ପ୍ରାର୍ଥୀଙ୍କୁ ଆଉ ଏଥିପାଇଁ ବାରମ୍ବାର ଦିଲ୍ଲୀ ମଧ୍ୟ ଦୌଡ଼ିବାକୁ ପଡ଼ିବନି। ଓଡ଼ିଶାର ଯେକୌଣସି ଓଡ଼ିଆ ବ୍ୟକ୍ତି, ଯୁବ ନେତୃତ୍ୱ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗର ଯୁବକ ଏବଂ ମହିଳା ମଧ୍ୟ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢ଼ିପାରିବେ। ଏଥିପାଇଁ କେବଳ ସେମାନଙ୍କ ଭଲ ଲୋକ ସମ୍ପର୍କ ରହିଥିବା ଆବଶ୍ୟକ। ତାଙ୍କ ପ୍ରତି ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ରହିଥିବା ଆବଶ୍ୟକ ବୋଲି ଅଜୟ କୁମାର କହିଛନ୍ତି।
ଏହି ଅବସରରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ସାଧାରଣ ଲୋକ, ଲୋକ ସେବକ, ବଳିଷ୍ଠ ସଙ୍ଗଠକ, ଯାହାଙ୍କର ନିଜ ନିର୍ବାଚନମଣ୍ଡଳୀରେ ଜନାଧାର ରହିଛି, ଭଲ ଲୋକ ସମ୍ପର୍କ ଅଛି ସେମାନଙ୍କ ପାଇଁ କଂଗ୍ରେସ ଏକ ଅପୂର୍ବ ଅବକାଶ ଆଣି ଦେଇଛି। ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବ ନିର୍ବିଶେଷରେ ଯେଉଁମାନଙ୍କ ଦେଶ ଓ ରାଜ୍ୟ ପାଇଁ ସେବା କରିବାର ମନୋବୃତ୍ତି ରହିଥିବ ସେମାନେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri