Categories: ଜାତୀୟ

ଅନଲାଇନ ପ୍ରଚାର:୫ ରାଜ୍ୟର ନିର୍ବାଚନରେ ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା…

ନୂଆଦିଲ୍ଲୀ,୧୧।୧୨ : ଦେଶର ରାଜନେତିକ ଦଳ ପ୍ରଚାରରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ନଭେମ୍ବର ମାସରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜନୈତିକ ପ୍ରଚାର ଶୀର୍ଷରେ ପହଞ୍ଚିଥିଲା। ଏହି ବିଜ୍ଞାପନଗୁଡ଼ିକ ମାଗଣାରେ ପ୍ରକାଶିତ ହୋଇ ନ ଥିଲା। ଏଥିପାଇଁ ସମ୍ପୃକ୍ତ ରାଜନୈତିକ ଦଳମାନଙ୍କୁ ଟଙ୍କା ଦେବାକୁ ପଡିଥିଲା। କେବଳ ନଭେମ୍ବର ମାସରେ ଶ୍ରେଷ୍ଠ ୨୦ ରାଜନୈତିକ ବିଜ୍ଞାପନଦାତା ଅନଲାଇନ ପ୍ରଚାରରେ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ରାଜନୈତିକ ଦଳ କେବଳ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ୫.୯୮ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଗୁଗୁଲ ମାଧ୍ୟମରେ ୩୬.୩୧ କୋଟି ଟଙ୍କା ମୂଲ୍ୟର ୧୫,୪୦୫ ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇଛି।

ଭାରତୀୟ ଜନତା ପାର୍ଟିର ରାଜ୍ୟ ୟୁନିଟ ଗୁଡିକ ମେଟା ପ୍ଲାଟଫର୍ମରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ବିଜ୍ଞାପନରେ ୨.୫୮କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ବିଜ୍ଞାପନରେ ୨.୨୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥି ସହିତ କଂଗ୍ରେସ ଗୁଗୁଲ ବିଜ୍ଞାପନରେ ୧୪.୩କୋଟି ଟଙ୍କା, ବିଆରଏସ ୧୨.୧ କୋଟି ଟଙ୍କା ଏବଂ ଭାଜପା ୪.୧୬ କୋଟି ଟଙ୍କା ଖର୍ଚ୍ଚ କରିଛି।

ଗୁଗୁଲର ବିଜ୍ଞାପନରେ ପ୍ରାୟ ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି। ଭିଡିଓ ବିଜ୍ଞାପନରେ ୨୮.୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦ ପ୍ରତିଶତ ଟଙ୍କା ଚିତ୍ର ପାଇଁ ଖର୍ଚ୍ଚ ହୋଇଛି। ଗୁଗୁଲ ବିଜ୍ଞାପନରେ ୨୦ ଫେବୃଆରୀ ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୬.୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଥେିମଧ୍ୟରୁ ଭାଜପା ୪୯.୪ କୋଟି ଟଙ୍କା, ଡିଏମକେ ୨୧.୩ କୋଟି ଏବଂ କଂଗ୍ରେସ ୪.୬ କୋଟି ଟଙ୍କା ଖର୍ଚ୍ଚ କରିଛି।

ଯଦି ଆମେ ଶ୍ରେଷ୍ଠ ୨୦ ଟି ରାଜନୈତିକ ଦଳର ମେଟା ପୃଷ୍ଠାରେ ପ୍ରକାଶିତ ବିଜ୍ଞାପନକୁ ଦେଖିବା, ବିଭିନ୍ନ ବ୍ୟକ୍ତିବିଶେଷ ଦୃଶ୍ୟମାନ ହୁଅନ୍ତି । ୧.୨୬୩ ବିଜ୍ଞାପନରେ କଂଗ୍ରେସ ମୋଟ ୨,୦୫ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ୩,୧୨୨ ବିଜ୍ଞାପନରେଭାଜପା ୧,୫୩ କୋଟି ଟଙ୍କା ଖର୍ଚ୍ଚ କରିଛି।

Share