Categories: ଜାତୀୟ

ଅନ୍‌ଲାଇନ୍‌ କ୍ଲାସ୍‌: ଛୋଟ ପିଲା ଅଧଘଣ୍ଟାରୁ ଅଧିକ ପଢ଼ିବେନି

ନୂଆଦିଲ୍ଲୀ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ସମସ୍ତ ସ୍କୁଲ କଲେଜକୁ ମାର୍ଚ୍ଚ ୧୬ଠାରୁ ବନ୍ଦ କରାଯାଇଛି। ଫଳରେ ୨୪ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ କ୍ଲାସ୍‌ ଦ୍ୱାରା ପାଠପଢ଼ା କରୁଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ କ୍ଲାସ୍‌ର ସମୟ ସୀମାନେଇ ମାର୍ଗଦର୍ଶିକା ଜାରି କରାଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଅନ୍‌ଲାଇନ୍‌ କ୍ଲାସ୍‌ରେ ମଧ୍ୟ ପାଠପଢ଼ା ବୋଝ କମାଇବାର ଉଦ୍ୟମ ସରକାର କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ପ୍ରି-ପ୍ରାଇମେରୀ ଛାତ୍ରୀଛାତ୍ରଙ୍କୁ ଅଧଘଣ୍ଟାରୁ ଅଧିକ ସମୟ ପାଠ ପଢ଼ା ଯିବ ନାହିଁ। ସେହିପରି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୪୫ ମିନିଟ୍‌ ପିରିୟଡ଼ର ୨ଟି କ୍ଲାସ୍‌ କରାଯିବ। ଅପରପକ୍ଷରେ ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୩୦ ରୁ ୪୫ ମିନିଟ୍‌ ପିରିୟଡ଼ର ୪ଟି କ୍ଲାସ କରାଯିବ।

Share