ଅନ୍‌ଲାଇନ ଠକେଇ ମାମଲା: ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତ ଗିରଫ

ଭବାନୀପାଟଣା,୨୭।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାରୁ ଅନ୍‌ଲାଇନ ଠକେଇ ମାମଲାରେ ଉତ୍ତରପ୍ରଦେଶ ହମିରପୁରରୁ ୫ ସାଇବର ଠକଙ୍କୁ ଗିରଫ କରାଯାଇଛି। ମୋବାଇଲ ଫୋନ ଜରିଆରେ ଅଭିଯୁକ୍ତ ଲଟେରି ଟଙ୍କା ପୈଠ ଲୋଭ ଦେଖାଇ ଅନ୍‌ଲାଇନ୍‌ ଠକେଇ କରୁଥିଲେ। ତେବେ ଗିରଫ ୫ ଜଣ ହେଲେ ଅଭିଳାଷ ସିଂ, ପରବେଜ ଅହମ୍ମଦ , ଓ୍ବହିଦ ଖାଁନ , ଶାହାରୁଖ ଖାନ, ଜୁନେଦ ଏହମ୍ମଦ,। ସେମାନଙ୍କଠାରୁ ମୋଟ ୫୨ ହଜାର ୩୮୮ ଟଙ୍କା ସହ ୧୦ଟି ମୋବାଇଲ ଜବତ ହୋଇଛି।
ସୂଚନାଯୋଗ୍ୟ, ଗତ ୯ ତାରିଖ ଭବାନୀପାଟଣା ଟାଉନ ଥାନାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଗଙ୍ଗାଧର ସୁବୁଦ୍ଧି ୨ ଲକ୍ଷ ୬୮ ହଜାର ଟଙ୍କା ଠକେଇ ଅଭିଯୋଗ ମାମଲା ରୁଜୁ କରିଥିଲେ। ପରେ କଳାହାଣ୍ଡି ପୋଲିସ ୩ଟି ସ୍କ୍ବାଡ ଗଠନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଖବରଦାତା ସମ୍ମିଳନୀରେ ଭବାନୀପାଟଣା ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ ଏହି ସୂଚନା ଦେଇଛନ୍ତି।

Share