ଅଭିନେତ୍ରୀ ଶବାନା ଆଜମୀଙ୍କ ନାଁ ନେଇ ଅନ୍‌ଲାଇନ୍‌ ଠକେଇ

ମୁମ୍ବାଇ,୨୩।୮: ବଲିଉଡ ଅଭିନେତ୍ରୀ ଶବାନା ଆଜମୀଙ୍କ ନାଁ ନେଇ ଅନ୍‌ଲାଇନ୍‌ ଠକେଇ ହୋଇଛି। ଏନେଇ ଅଭିନେତ୍ରୀ ପୋଲିସରେ ମାମଲା ରୁଜୁ କରିଛନ୍ତି। ସେ ଟୁଇଟର୍‌ରେ ତାଙ୍କ ନାମରେ ଅନଲାଇନ ଠକେଇର କରାଯାଉଥିବା କହିଛନ୍ତି। ତାଙ୍କ ନାମରେ ଏପରି କରାଯାଉଥିବାରୁ ଏଭଳି ଅଭିନେତ୍ରୀ ସମସ୍ତଙ୍କୁ ସଚେତନ ହେବାକୁ ଚେତାବନୀ ଦେଇଛନ୍ତି। ଏହା ବ୍ୟତୀତ ସେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି।
ଫିଲ୍ମ ରକି ଔର ରାନୀ କୀ ପ୍ରେମ କାହାଣୀ ପାଇଁ ଶବାନା ଆଜମୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଆଲିଆ ଭଟ୍ଟଙ୍କ ଜେଜେମା ଏବଂ ଧର୍ମେନ୍ଦ୍ରଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ। ଧର୍ମେନ୍ଦ୍ର ଏବଂ ଶବାନାଙ୍କ ମଧ୍ୟରେ ଥିବା ଲିପଲକ ଦୃଶ୍ୟ ମଧ୍ୟ ଏହି ଫିଲ୍ମର ହିଟ୍‌ ପଏଣ୍ଟ୍‌ ଥିଲା।

Share