ସ୍ମାର୍ଟସିଟିରେ ବଢୁଛି ଅନ୍‌ଲାଇନ୍‌ ଜୁଆଖେଳ, ୧ଟଙ୍କା ଲଗାଇଲେ ତିନିଗୁଣ ଟଙ୍କା ଜିତିବାର ପ୍ରଲୋଭନ

ରାଉରକେଲା,୧୮।୧(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସ୍ମାର୍ଟସିଟି ସହରରେ ଅନ୍‌ଲାଇନ ଆପ୍ଲିକେଶନ ମାଧ୍ୟମରେ ଜୁଆଖେଳ ବୃଦ୍ଧି ପାଇବାରେ ଲାଗିଛି। ତରୁଣରୁ ବୃଦ୍ଧ ଯାଏ ତିନିଗୁଣା ଟଙ୍କା ଜିତିବା ଲୋଭରେ ମୋବାଇଲରେ ଏହି ଜୁଆ ଖେଳୁଛନ୍ତି। ବିଭିନ୍ନ ଅନ୍‌ଲାଇନ ଆପ୍ଲିକେଶନରେ ୧ଟଙ୍କା ଲଗାଇଲେ ତିନିଗୁଣ ଟଙ୍କା ଜିତିବା ପାଇଁ ପ୍ରଲୋଭିତ କରାଯାଉଛି। ଫଳରେ ଲୋକେ ଘରେ ବସି ଟଙ୍କା କମାଇବା ଲୋଭରେ ଦୈନିକ କୋଟି କୋଟି ଟଙ୍କା ଜୁଆ ଖେଳୁଛନ୍ତି। ଅନ୍ୟପକ୍ଷେ ସାଇବର କ୍ରାଇମ ବିଭାଗରେ ଭିତ୍ତିଭୂମି ଅଭାବ ଯୋଗୁ ଏଭଳି ଅନ୍‌ଲାଇନ ଜୁଆଖେଳ ବଢିଚାଲିଛି ବୋଲି ମତପ୍ରକାଶ ପାଇଛି।

ଏହି ଅନ୍‌ଲାଇନ ଆପ୍ଲିକେଶନରେ ଟଙ୍କା ଲଗାଇବାକୁ ଇଛୁକ ପ୍ରଥମେ ଏହି ଏହାକୁ ଇନଷ୍ଟଲ କରିବାକୁ କୁହାଯାଉଛି। ପରେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆପ୍ଲିକେଶନ ପ୍ରୋଫାଇଲକୁ ନେଇ ଜମା କରିବା ପରେ ଇନଷ୍ଟଲ କରିଥିବା ବ୍ୟକ୍ତିଙ୍କ ହ୍ବାଟ୍ସଅପକୁ ମ୍ୟାସେଜ ଆସୁଛି। ମେସେଜରେ ବିଗ୍‌ ଏବଂ ସ୍ମଲ୍‌ ପ୍ଲାଟଫର୍ମରେ ୧ଟଙ୍କାରୁ ଖେଳ ଆରମ୍ଭ କରିବାକୁ କୁହାଯାଉଛି। ୧ଟଙ୍କା ହାରିଲା ପରେ ତିନି ଟଙ୍କା, ତିନି ଟଙ୍କା ହାରିବା ପରେ ୯ଟଙ୍କା, ୯ଟଙ୍କା ପରେ ୨୭ ଟଙ୍କା ଏଭଲି ଭାବେ କ୍ରମ ଅନୁସାରେ ଟଙ୍କା ଲଗାଇବାକୁ କୁହାଯାଉଛି। କିଛି ଲୋକ ତିନିଗୁଣା ଟଙ୍କା ବି ଜିତୁଛନ୍ତି। କିଛି ଲୋକ ଅଧିକ ଟଙ୍କା ଜିତିବା ଆଶାରେ ହଜାର ହଜାର ଟଙ୍କା ହାରୁଛନ୍ତି। ସବୁ କାରବାର ଅନ୍‌ଲାଇନରେ ଚାଲିଛି। କାହାକୁ ଏଭଲି ଅନ୍‌ଲାଇନ୍‌ ଜୁଆଖେଳ ଉପରେ ଖବର ହେଉନି। ଏପରିକି ପୋଲିସ ମଧ୍ୟ ଏହାର ଟେର ପାଉନି। ରାଉରକେଲାରେ ଦିନକୁ ଦିନ ଅନଲାଇନ ଜୁଆଖେଳ ବୃଦ୍ଧି ପାଉଥିଲେ ମଧ୍ୟ ଏହି ଖେଳର ମାଷ୍ଟରମାଇଣ୍ଡଙ୍କ ସୁରାଗ ମିଳିପାରୁନି। ଅନ୍ୟପକ୍ଷେ ଏହାକୁ ରୋକିବା ପାଇଁ ସହରରେ ସାଇବର ସଚେତନତା ଅଭିଯାନ ଆବଶ୍ୟକ। ଏଭଳି ଖେଳରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ସହରର ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।

ଏ ନେଇ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର କୁହନ୍ତି, ଏଭଳି ଅନ୍‌ଲାଇନ ଜୁଆଖେଳକୁ ରୋକିବା ପାଇଁ ହେଲେ ଲୋକମାନେ ପୋଲିସକୁ ସହଯୋଗ କରିବା ଆବଶ୍ୟକ। ଏଭଳି ଖେଳଗୁଡିକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରମାଣ ମିଳିଲେ ଏହାର ମାଷ୍ଟର ମାଇଣ୍ଡକୁ ସହଜରେ ଧରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରନ୍ତା ବୋଲି ମହାପାତ୍ର କହିଥିଲେ। ସେହିପରି ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର କହିଛନ୍ତି, ଏଭଳି ଅପରାଧ ରୋକିବା ପାଇଁ ପ୍ରଥମେ ରାଉରକେଲା ସାଇବର ବିଭାଗର ଭିତ୍ତିଭୂମି ମଜଭୁତ ହେବା ଆବଶ୍ୟକ। ସାଇବର କ୍ରାଇମ ବୈଷୟିକ ସମସ୍ତ ବ୍ୟବସ୍ଥା ସହ ଉଚ୍ଚକୋଟୀର ତାଲିମ ବ୍ୟବସ୍ଥା ଗ୍ରହଣ କରିବାକୁ ବାରମ୍ବାର ଦାବି ସତ୍ତ୍ୱେ ରାଉରକେଲା ସାଇବର ବିଭାଗର ଭିତ୍ତିଭୂମି ସଜଡା ହେଉନି। ଏହି ବିଭାଗରେ ମାତ୍ର ୪/୫ଜଣ ଅଧିକାରୀଙ୍କ ଉପରେ ସାଇବର ଅପରାଧ ନିୟନ୍ତ୍ରଣ ଦାୟିତ୍ୱ ରହିଛି। ଫଳରେ ସହରରେ ଏଭଳି ଅନ୍‌ଲାଇନ ଜୁଆଖେଳ ଚାଲିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପ-ପୁଅଙ୍କୁ ଏସିଡ୍‌ ମାଡ: ସ୍ବାସ୍ଥ୍ୟାବସ୍ଥା ଗୁରୁତର

ତୁମୁଡିବନ୍ଧ(ଦୀପକ କୁମା ପରାସେଠ): ବାପା ପୁଅଙ୍କୁ ଘରେ ଶୋଇଥିବା ସମୟରେ ଏସିଡ ମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ...

ରେଳ କର୍ମଚାରୀଙ୍କ ଘରେ ପଶିଲେ ଲୁଟେରା: ହାତଗୋଡ଼ ବାନ୍ଧି ସବୁ ଲୁଟିନେଲେ

ରାଉରକେଲା,୧୯।୧୦(ସଂଗୀତା ଜେନା): ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ...

୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ

ନବରଙ୍ଗପୁର, ୧୮/୧୦(ସଦାଶିବ ପ୍ରହରାଜ): ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କଲେ ଅଭିଭାବକ। ପ୍ରଥମେ ଅବିଭକ୍ତ କୋରାପୁଟ ଜିଲାକୁ ବନ୍ଦ ଡାକରା...

୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ...

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

ହବିଷିଆଳିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ: ମା’ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ,୧୯ା୧୦(ଅଜିତ୍‌ କୁମାର ମହାନ୍ତି):ହବିଷିଆଳି ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କର ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri