Categories: ଜାତୀୟ

ଗେମ୍‌ ଖେଳୁଥିବାବେଳେ ମା’ ମୋବାଇଲ୍‌ ଛଡାଇ ନେବାରୁ ଆତ୍ମହତ୍ୟା କଲେ ନାବାଳକ

ଲକ୍ଷ୍ନୌ,୨୬।୧୨: ଆଜିକାଲି ଅନଲାଇନ ଗେମ ଖେଳିବା ଅନେକ ପିଲାଙ୍କ ଅଭ୍ୟାସରେ ପରିଣତ ହୋଇଛି। ଗେମ୍‌ ଖେଳିବାରେ ପିଲାମାନେ ଏତେ ମଜ୍ଜି ଯାନ୍ତି ଯେ,ସେମାନେ ଅନ୍ୟ କିଛି ବୁଝନ୍ତି ନାହିଁ। ଉତ୍ତରପ୍ରଦେଶର ଲକ୍ଷ୍ନୌର ହୁସେନାଞ୍ଜ ପୋଲିସ ଷ୍ଟେଶନର ଚିଟୱାପୁର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଏଠାରେ ଗେମ୍‌ ଖେଳୁଥିବାବେଳେ ମା’ ମୋବାଇଲ୍‌ ଛଡାଇ ନେବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ୧୦ ବର୍ଷର ବାଳକ।
ଘଟଣା ସମ୍ପର୍କରେ ସୂଚନା ଦେଇ ଡିସିପି ସେଣ୍ଟ୍ରାଲ ଜୋନ ଅପର୍ନା ରଜତ କୌଶିକ କହିଛନ୍ତି, ଆତ୍ମହତ୍ୟା କରିଥିବା ଶିଶୁର ନାମ ଅରୁଶ। ଅରୁଶ ମୋବାଇଲରେ ଅଧିକ ଗେମ୍‌ ଖେଳୁଥିଲେ। ସେ ଅନଲାଇନ ଗେମିଂରେ ଅଭ୍ୟସ୍ତ ହୋଇଯାଇଥିଲେ। ପରିବାର ସଦସ୍ୟ ତାଙ୍କୁ ବାରଣ କରୁଥିଲେ ମଧ୍ୟ ସେ ଆଦୌ ମାନୁ ନ ଥିଲେ। ଥରେ ଗେମ୍‌ ଖେଳୁଥିବାବେଳେ ମା’ ମୋବାଇଲ ଛଡାି ନେବାରୁ ଏଥିରେ ରାଗିଯାଇ ଅରୁଶ ଏପରି ପଦକ୍ଷେପ ନେଇଥିଲେ।
ପୋଲିସର ସୂଚନାନୁସାରେ, ସ୍ବାମୀଙ୍କ ମୃତ୍ୟୁପରେ ଅରୁଶଙ୍କ ମା’ କୋମଲ ପିହାରରେ ରୁହନ୍ତି। କୋମଲଙ୍କ ୨ଟି ସନ୍ତାନ ଅଛି। ସମ୍ପର୍କୀୟମାନେ କହିଛନ୍ତି ଯେ ପୁଅ ଅରୁଶ ଅନେକ ଦିନ ସ୍କୁଲ ଯାଉ ନ ଥିଲେ। ସେ ଦିନସାରା ଘରେ ମୋବାଇଲରେ ଗେମ୍‌ ଖେଳୁଥିଲେ।

Share