ନୂଆଦିଲ୍ଲୀ,୧୨।୬: ମୋବାଇଲ ଭିଡିଓ କିମ୍ବା ଅନ୍ଲାଇନ ଗେମ୍ ସମ୍ବନ୍ଧରେ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ତିନି ପ୍ରକାରର ଖେଳ ଯାହା ଉପଭୋକ୍ତାଙ୍କୁ କ୍ଷତି ପହଞ୍ଚାଇପାରେ କିମ୍ବା କ୍ଷତି ପହଞ୍ଚାଇଛି, ସେହି ଭଳି ଗେମ୍କୁ ଅନୁମତି ଦିଆଯିବ ନାହିଁ ବୋଲି ସରକାର କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ପ୍ରଥମ ଥର ପାଇଁ ଆମେ ଅନଲାଇନ ଗେମିଂ ବିଷୟରେ ଏକ ରୂପରେଖା ପ୍ରସ୍ତୁତ କରିଛୁ, ଯେଉଁଥିରେ ଆମେ ଦେଶରେ ୩ ପ୍ରକାର ଖେଳକୁ ଅନୁମତି ଦେବୁ ନାହିଁ।
ଖବର ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଏପରି ଖେଳ ଯେଉଁଥିରେ ବ୍ୟବହାରକାରୀଙ୍କ ପାଇଁ କ୍ଷତିକାରକ ହୋଇପାରେ ଏବଂ ନିଶା କାରବାରର କାରଣ ମଧ୍ୟ ହୋଇଥିବା ସେଭଳି ଖେଳ ଦେଶରେ ନିଷିଦ୍ଧ ହେବ। ତେବେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏ ପର୍ଯ୍ୟନ୍ତ ସେହି ବିଶେଷ ଖେଳର କୌଣସି ତାଲିକା ପ୍ରକାଶ କରିନାହାଁନ୍ତି। ଏହିପରି ଅନେକ ମାମଲା ଦେଶ ତଥା ବିଦେଶରେ ସାମ୍ନାକୁ ଆସିଛି, ଯେଉଁଥିରେ ପିଲାମାନଙ୍କ କିମ୍ବା କୌଣସି ବ୍ୟକ୍ତିଙ୍କ ଖେଳର ନିଶା ସେମାନଙ୍କ ପାଇଁ ବହୁତ କ୍ଷତି ଘଟାଇଛି।