ଚେନ୍ନାଇ,୧୦।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ର ଅନ୍ଲାଇନ୍ରେ ପାଠପଢ଼ା ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କୁ ମାଗଣାରେ ୨ଜିବିର ଇଣ୍ଟରନେଟ୍ ଡାଟା କାର୍ଡ ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ଏହାଦ୍ୱାରା ଛାତ୍ରୀଛାତ୍ର ସହଜରେ ଅନ୍ଲାଇନ୍ କ୍ଲାସ୍ରେ ଯୋଗଦେବା ସହିତ ଆବଶ୍ୟକ ଷ୍ଟଡି ମ୍ୟାଟେରିଆଲ୍ ଡାଉନଲୋଡ୍ ମଧ୍ୟ କରିପାରିବେ। ଏହି ସୁବିଧା ସରକାରୀ ସ୍କୁଲ୍, ସରକାରୀ ସହାୟତା ପ୍ରାପ୍ତ ସ୍କୁଲ ତଥା ସରକାରୀ ପଲିଟେକନିକ୍ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ। ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ୱାରା ୯ ଲକ୍ଷ ୬୯ ହଜାର ୪୭ ଜଣ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ।