Categories: ଜାତୀୟ

ଅନଲାଇନ୍‌ ଆରଟିଆଇ ପୋର୍ଟାଲ ଆରମ୍ଭ, ସୁପ୍ରିମ୍‌କୋର୍ଟ ସୂଚନା ଏବେ ମିଳିବ ସହଜରେ…

ନୂଆଦିଲ୍ଲୀ,୨୪।୧୧ : ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଦେଶର ନ୍ୟାୟିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ସୂଚନା ପାଇବା ସହଜ ହେବ। ନିକଟରେ ସୁପ୍ରିମକୋର୍ଟ ଅନଲାଇନ ଆରଟିଆଇ ପୋର୍ଟାଲ ଲଞ୍ଚ କରିଥିଲେ। ସୁପ୍ରିମକୋର୍ଟଙ୍କଠାରୁ ସୂଚନା ପାଇବାକୁ, ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ଏହି ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ। ଏହି ପୋର୍ଟାଲ ଗୁରୁବାରଠାରୁ କାମ ଆରମ୍ଭ କରିଛି।

ଏହି ପୋର୍ଟାଲର ନାମ ହେଉଛି registry.sci.gov.in/rti_app । ପ୍ରଧାନ ବିଚାରପତି କହିଛନ୍ତି ଯେ ଆଶା କରାଯାଉଛି ଯେ ଏହି ପୋର୍ଟାଲ ଲୋକମାନଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବିଷୟରେ ସୂଚନା ପାଇବାକୁ ସହଜ କରିବ। ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କଠାରୁ ସୂଚନା ପାଇବା ପାଇଁ ଆରଟିଆଇକୁ ପୋଷ୍ଟ ମାଧ୍ୟମରେ ଦାଖଲ କରିବାକୁ ପଡୁଥିଲା।

Share