Categories: ଖେଳ

ବିଶ୍ୱ କ୍ରିକେଟର ଏହି ତାଲିକାରେ ୩ ଖେଳାଳି

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଏହି ଫାଇନାଲରେ ଚାମ୍ପିୟନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିବା ଜୋଶ ହାଜେଲଉଡ୍‌ ଓ ମିଚେଲ ମାର୍ଶ କିମ୍ବଦନ୍ତୀ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କ ସହ ସମକକ୍ଷ ହୋଇଛନ୍ତି।

ପ୍ରତ୍ୟେକ ଫର୍ମାଟରେ ବିଶ୍ୱକପ୍‌ ଜିତିଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି ହାଜେଲଉଡ୍‌ ଓ ମିଚେଲ ମାର୍ଶ। ଦୁହେଁ ୨୦୧୦ରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିଥିବା ଦଳର ସଦସ୍ୟ ଥିଲେ। ସେହିପରି ୨୦୧୫ ଦିନିକିଆ ବିଶ୍ୱକପ୍‌ ଏବଂ ୨୦୨୧ ଟି୨୦ ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ମ୍ୟାଚ୍‌ ଓ୍ବିନିଂ ପ୍ରଦର୍ଶନ କରିଥିଲେ। ଏହି ତାଲିକାରେ ପୂର୍ବରୁ ବିଶ୍ୱର ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଥିଲେ ଭାରତୀୟ ଅଲରାଉଣ୍ଡର ଯୁବରାଜ। ୨୦୦୦ରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜିତିଥିବା ଯୁବରାଜ ୨୦୦୭ରେ ଟି୨୦ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ୍‌ ଚାମ୍ପିୟନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ।

Share