Categories: ଫୁରସତ

ବୟସ ମାତ୍ର ୮ ମାସ, ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

କୁହାଯାଏ, ଯେତେବେଳେ ମଣିଷ ଦୁନିଆକୁ ଆସେ ସେତେବେଳେ ନିଜ ଭାଗ୍ୟ ନିଜେ ଆଣି ଆସିଥାଏ। ଯଦି ନିଜ ଭାଗ୍ୟ ହେତୁ ଭଲ ଶିକ୍ଷା ଏବଂ ଚାକିରି ମିଳିଯାଏ ତେବେ ସବୁକିଛି ଠିକ୍‌ ରହିଥାଏ। କେହି ଯଦି ଅଳ୍ପ ବୟସରେ ସେହି ସବୁ ଜିନିଷ ପାଇଯାନ୍ତି, ତେବେ ଏହାକୁ ଆମେ ଭାଗ୍ୟ ବ୍ୟତୀତ ଆଉ କ’ଣ କହିବା?

କିଛି ଲୋକ ନିଜ ପାଇଁ ଏକ ନାଁ ସୃଷ୍ଟି ନେବାକୁ ଏମିତି କିଛି କରିଥାନ୍ତି ଯହା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏହିପରି ୮ ମାସର ଜଣେ ଶିଶୁକନ୍ୟା ପିତାମାତାଙ୍କୁ ସହାୟତା କରିବା ପାଇଁ ଯଥେଷ୍ଟ ରୋଜଗାର କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏମ୍‌ଜେ ନାମକ ଏକ ଛୋଟ ଝିଅର ଏପରି ଭାଗ୍ୟ ଅଛି, ଯାହା ତାଙ୍କୁ ଅଳ୍ପ ବୟସରେ ଉଭୟ ଧନ ଏବଂ ଖ୍ୟାତି ଆଣି ଦେଇଛି।

ସାରା ଲୁଟଜକର ନାମକ ଜଣେ ନର୍ସ ତାଙ୍କ ଝିଅକୁ ଜନ୍ମ ହେବାର ଶୀଘ୍ର ଗ୍ଲାମର ଦୁନିଆରେ ପ୍ରବେଶ କରାଇଥିଲେ। ଯେତେବେଳେ ତାଙ୍କୁ ମାତ୍ର ୮ ମାସ ହୋଇଥିଲା, ସେ ତାଙ୍କ ଫଟୋ ମଡେଲିଂ ଏଜେନ୍ସିକୁ ପଠାଇଥିଲେ। ସେଠାରୁ ଝିଅଟି ଆମେରିକାର ଦୁଇଟି ପ୍ରମୁଖ କମ୍ପାନୀ ଓ୍ବାଲମାର୍ଟ ଏବଂ କଷ୍ଟକୋର ଅଭିଯାନ ପାଇଁ ମନୋନୀତ ହୋଇଥିଲା। ସଙ୍ଗେ ସଙ୍ଗେ ୩.୫ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ବର୍ତ୍ତମାନ ଏହି ୮ ମାସର କନ୍ୟା ବିଭିନ୍ନ ବ୍ରାଣ୍ଡ ପାଇଁ ଫଟୋଶୁଟ୍‌ ମଧ୍ୟ କରନ୍ତି, ଯେଉଁଥିପାଇଁ ସେ ଭଲ ରୋଜଗାର କରୁଛନ୍ତି।

ତାଙ୍କ ମା’ ସାରା କହିଛନ୍ତି, ତାଙ୍କ ଝିଅ ଏମ୍‌ଜେ ବହୁତ ଖୁସି ଏବଂ ସବୁକିଛି ଉପଭୋଗ କରନ୍ତି। ଅଢ଼େଇ ମାସ ବୟସରୁ, ତାଙ୍କର ଫଟୋ ମଡେଲିଂ ଏଜେନ୍ସିକୁ ପଠାଯିବା ଆରମ୍ଭ କଲା କାରଣ ସାରାଙ୍କ ଜଣେ ବନ୍ଧୁଙ୍କ ଝିଅ ମଡେଲିଂ କରୁଛନ୍ତି। ବର୍ତ୍ତମାନ ଏମ୍‌ଜେ କେବଳ ୪-୫ ମିନିଟ୍‌ର ଫଟୋଶୁଟ୍‌ରେ ଭଲ ଟଙ୍କା ରୋଜଗାର କରିବା ସହ ନାଁ କମାଉଛନ୍ତି। ଯେତେବେଳେ ସେ ବଡ଼ ହେବେ ସେ ନିଜେ ସ୍ଥିର କରିବେ ଯେ, ସେ ଆଗକୁ କ’ଣ କରିବାକୁ ଚାହୁଁଛନ୍ତି କି ନାହିଁ। ମଡେଲିଂ ଏଜେନ୍ସି ତାଙ୍କ କାର୍ଯ୍ୟର ୨୦ ପ୍ରତିଶତ କାଟ୍‌ ନେଇଥାଏ ଏବଂ ବାକି ଟଙ୍କା ଏମ୍‌ଜେଙ୍କୁ ମିଳିଥାଏ। ଟିକ୍‌ଟକ୍‌ରେ ତାଙ୍କର ହଜାର ହଜାର ଫଲୋଅର୍ସ ମଧ୍ୟ ଅଛନ୍ତି।

Share