ଶହୀଦ ଦିବସରେ କେବଳ ତୋପ ସଲାମି

ନୟାଗଡ଼/ନୂଆଗାଁ, ୮ା୧୦(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ) ଭାରତ ସ୍ବାଧୀନତା ସଂଗ୍ରାମର ମହାନ ତୀର୍ଥକ୍ଷେତ୍ର ନୂଆଗାଁ ବ୍ଲକର ଥୁଆବାରୀ ଓ କୁଶବିଡା ମାଟି ହୋଇଯାଇଛି ଅଖୋଜା ଅଲୋଡା। ଦେଶ ସ୍ବାଧୀନତା ହେବାର ୭୬ ବର୍ଷ ପରେ ବି ଏହି ଗାଁ ପାଇ ପାରି ନାହିଁ ଐତିହାସିକ ପୀଠର ମାନ୍ୟତା। ଥୁଆବାରୀ ଗାଁ କେବଳ ଆଦର୍ଶ ଗାଁ ନାମଫଳକରେ ଓ କୁଶବିଡା ଗାଁ ବିଧାୟକଙ୍କ ପୋଷ୍ୟ ଗାଁ ନାଁରେ ବିକାଶର ଫାଇଲ ଭିତରେ ବନ୍ଧା ହୋଇ ରହିଛି। କେବଳ ଅକ୍ଟୋବର ୧୦ରେ ଥୁଆବାରୀ ଗାଁରେ ଶହୀଦଙ୍କୁ ପୋଲିସର ତୋପ ସଲାମୀ ଦିଆଯାଏ । ସରକାରଙ୍କ ତରଫରୁ ଶହୀଦ ଦିବସ ପାଳନ ପାଇଁ ୧୦ ହଜାର ଟଙ୍କା ଦେବା ବ୍ୟତୀତ ଆଉ କିଛି ବ୍ୟବସ୍ଥା ନାହିଁ । କୁଶୁବିଡା ଗାଁକୁ ଯିବାକୁ ରାସ୍ତା ନ ଥିଲେ ହେଁ ପ୍ରଶାସନ ନୀରବତା ଅବଲମ୍ବନ କରୁଛି ବୋଲି ଅଭିଯୋଗ ହୋଇଛି।
ସମୟ ଥିଲା ଥୁଅବାରୀ ମାଟିରନାଁ ଶୁଣିଲେ ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଶିହରଣ ସୃଷ୍ଟି ହେଉଥିଲା। ଏହାର ଐତିହ୍ୟ, ଗୌରବଗାଥା ମନେପକାଇଲେ ସ୍ବତଃ ପ୍ରବୃତ୍ତଭାବେ ମାଟିର ଧୂଳିକଣିକା ପ୍ରତି ମୁଣ୍ଡ ନଇଁଯାଏ। ତେବେ ସ୍ବାଧୀନତା ପରେ ଗଁାର ଅବସ୍ଥା ଦେଖିଲେ ପ୍ରଶାସନିକ ଅବ୍ୟବସ୍ଥା ଓ ରାଜନୈତିକ ଇଛାଶକ୍ତିର ଅଭାବ ଷ୍ପଷ୍ଟ ବାରି ହେଉଛି। ଗ୍ରାମର ସମସ୍ତ ୬୦ ପରିବାର ସ୍ବାଧୀନତା ସଂଗ୍ରାମରେ ପତଙ୍ଗ ପରି ଝାସ ଦେଇଥିଲେ। ଦେଶକୁ ସ୍ବାଧୀନ କରିବା ପାଇଁ ଯେଉଁ ସଂଗ୍ରାମୀମାନେ ଆଗକୁ ମାଡ଼ି ଚାଲିଥିଲେ ସେମାନେ ଏବେ ମାଟିର କବର ତଳେ ରହି ଗଲେଣି। ସ୍ବାଧୀନତା ସଂଗ୍ରାମୀଭରା ଏହି ଗାଁ ସ୍ବାଧୀନତା ଆନ୍ଦୋଳନକୁ ଯଥେଷ୍ଟ ପରିପୃଷ୍ଟ କରିଥିଲା। ୧୯୪୩ରେ ଜେଲ ପରିସରରେ ନାନା ନିର୍ଯାତନା ପାଇ କଣ୍ଡୁରୀ ପରିଡ଼ା (୮୦), ପୁଅ ବୁଦ୍ଧି(୪୦), ଦୟା ବେହେରା(୬୦) ପ୍ରମୁଖ ଶହୀଦ ହୋଇଥିଲେ। ଜେଲରେ ଥିବାବେଳେ ଲିଙ୍ଗା ନାୟକ ଚକ୍ଷୁ ହୀନ ଓ ହରି ସାହୁ ପାଗଳ ହୋଇଥିଲେ। ଖତି ସାହୁଙ୍କୁ ରାଜତନ୍ତ୍ର କି ଦଣ୍ଡ ଦେଲା ଜଣାପଡିନି । ତେବେ ଖତି ସାହୁ ଏଯାବତ ନିଖୋଜ ଅଛନ୍ତି। ଗ୍ରାମର ଆନନ୍ଦ ସ୍ବାଇଁ,ସୁଦର୍ଶନ ସ୍ବାଇଁ,ଅରକ୍ଷିତ ସାହୁ, ଦନେଇ ସାହୁ,ବୁଲା ସେଠୀ ପ୍ରମୁଖ ୩୫ ଜଣ ଜେଲ ଦଣ୍ଡ ଭୋଗିଥିଲେ। ୭ଜଣ ଆମତ୍ଗୋପନ କରିଥିବାବେଳେ ୨୩ ଜଣ ବେତ ମାଡ଼ ଓ ଜରିମାନା, ୧୯ ଜଣ କେବଳ ଜରିମାନା ଓ ୩୫ ଜଣ ଅଣବନ୍ଦୀ ରୂପେ କାଳାତିପାତ କରିଥିଲେ। ଜେଲରେ ଥିବା ବେଳେ ମାଡଗାଳି, ବେତ୍ରାଘାତ,ତତଲା ଲୁହା ଚେଙ୍କ ଖାଉଥିଲେ ମଧ୍ୟ ଏମାନେ ସଂଗ୍ରାମକୁ ପଛଘୁଞ୍ଚା ଦେଉ ନ ଥିଲେ। ୬ମାସ କାଳ ଏହି ଗାଁକୁ ସିପାହୀ ଜଗି ରହିଥିଲେ । ସିପାହୀ ଜଗି ରହିଥିବାବେଳେ ଗାଁରେ ଚାଲିଥିଲା ଲୁଟତରାଜ ଓ ଅତ୍ୟାଚାର ଯୋଗୁ ୧୯୪୨ରେ ଗାଁ ପୁରୁଷଶୂନ୍ୟ ହୋଇଯାଇଥିଲା। ଗ୍ରାମବାସୀ ସୋଡୁଅକୁ ଖାଦ୍ୟ ରୂପେ କଦଳୀପତ୍ରରେ ଖାଉଥିଲେ। ଖାଦ୍ୟାଭାବ ହେତୁ ସେ ସମୟରେ ୭ ଜଣ ପ୍ରାଣ ହରାଇଥିଲେ। ସେହିପରି ଖଜଣା ଦେଇ ନ ପାରି ଅଧିକାଂଶଙ୍କ ଜମି ନିଲାମ ହୋଇଯାଇଥିଲା। ସ୍ବାଧୀନତା ପରେ ୧୯୫୫ରେ ଗୁମା ନଈ ବନ୍ୟାରେ ଥୁଅବାରୀ ଜଳମଗ୍ନ ହେବାସହ ଏଥିରେ ୩ ଜଣ ପ୍ରାଣ ହରାଇଥିଲେ। ଗ୍ରାମବାସୀ ନିକଟସ୍ଥ ଡୁବୁରୀ ମୁଣ୍ଡିଆ ପାଦ ଦେଶରେ ବସତି ସ୍ଥାପନ କରିଥିଲେ। ବନ୍ୟା ପରେ ମୂଳ ଗ୍ରାମଟି ଚାଷ ଜମିରେ ପରିଣତ ହୋଇଥିଲା। ଅପରପକ୍ଷେ ୧୯୪୨ରେ ନୂଆଗାଁ ଥାନା ଘେରାଉ ହେବା ବେଳେ ଦଳର ସଭାପତିଙ୍କୁ ରକ୍ଷା କରିବାକୁ ଯାଇ କୁଶବିଡାର ଆଦିବାସୀ କଷ୍ଟି ଡାକୁଆ ଶହୀଦ ହୋଇଥିଲେ। ସାରା ଦେଶରେ ଥୁଅବାରୀ ଓ କୁଶବିଡା ଗାଁ ପରି ଦେଶ ପ୍ରେମୀ ଗାଁ ଓ ଅଭୁଲା ତ୍ୟାଗର ନିଦର୍ଶନ ଦେଖିବା ବିରଳ। ଏଇଭଳି ପୂଜ୍ୟପୂଜା ଓ ମହାନ ବ୍ୟକ୍ତିତ୍ୱଙ୍କ ଉଦ୍ଦେଶ୍ୟରେ ସରକାର ଅଥବା ପ୍ରଶାସନ ଶହୀଦମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିପାରିନାହାନ୍ତି। ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ସ୍ମୃତିସ୍ତମ୍ବଟିଏ ଗତ ୧୮ବର୍ଷ ତଳେ ନିର୍ମାଣ କରିଥିଲେ। ଗ୍ରାମର ୩ ପାର୍ଶ୍ୱରେ ପାହାଡ଼ ପରିବେଷ୍ଠିତ ଓ ଡାହୁକା ତଟିନି ଦୁଇ ପାର୍ଶ୍ୱରେ ପ୍ରବାହିତ ହେଉଥିଲେ ମଧ୍ୟ ପ୍ରତିବର୍ଷ ଅବେଉଷଣ ଓ ଉକତ୍ଟ ମରୁଡି ଏମାନଙ୍କର ଚିରସହଚର।
ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ମଧ୍ୟ ଏହି ଗାଁ ଅବହେଳିତ। ସ୍ମୃତିକୁ ରୋମନ୍ଥନ କରି ବୀରମାଟି ଥୁଆବାରୀରେ ପ୍ରତିବର୍ଷ କେବଳ ଅକ୍ଟୋବର ୧୦ରେ ପ୍ରଜାମଣ୍ଡଳ ଶହୀଦ ଦିବସ ପାଳିତ ହେଉଛି। ସେହିପରି କୁଶବିଡାରେ ମଧ୍ୟ ଶହୀଦ ଦିବସ ପାଳିତ ହେଉଛି । ତେବେ ୨୦୨୨ ବର୍ଷରୁ ଗୌଡ ଥୁଆବରୀରେ ନୂଆକରି ଶହୀଦ ଦିବସ ପାଳନ ହେଉଛି । ୩ଟି ଗାଁର ଲୋକ ଚାନ୍ଦା ଭେଦା କରି ଏହି ଦିବସ ପାଳନ କରୁଛନ୍ତି । ଏହି ଦିବସରେ ଅମର ଆତ୍ମା ପାଇଁ ସମସ୍ତେ କାନ୍ଦନ୍ତି, ଦୁଃଖ ପ୍ରକାଶ କରନ୍ତି,ଭାଷଣ ସହ ପ୍ରତିଶ୍ରୁତି ଦିଅନ୍ତି । ହେଲେ ଥୁଆବାରୀ, ଗୌଡଥୁଆବାରୀ, କୁଶବିଡା ପରି ଗାଁ ଅବହେଳିତ ହୋଇ ପଡିରହିଛି।ଏନେଇ ଥୁଆବାରି ଗାଁର ଗୋପୀ ନାୟକ କୁହନ୍ତି, ମୋ ଗାଁର ସମସ୍ୟା ସରକାର ସମାଧାନ କରୁ ନାହାନ୍ତି । ପୁଣି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଅଣଦେଖା କରାଯାଇଛି । ଗାଁର ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଜାଣିବା ପାଇଁ ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା ନାହିଁ । ଆଦର୍ଶ ଗାଁ ଫଳକରେ ଲେଖା ଯାଇଥିଲେ ମଧ୍ୟ ଏହାର ତଳ କାଦୁଅ ପଚ ପଚ ହୋଇ ରହିଛି କହି କ୍ଷୋଭ ପ୍ରକାଶ କରିଥିଲେ । ଥୁଆବାରି ଓ କୁଶୁବିଡା ଯଦି ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର ଅଥବା ଉତ୍ତରପ୍ରଦେଶରେ ଗାଁ ହୋଇଥାଆନ୍ତା ତାହା ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ବୋଲି ମାନ୍ୟତା ପାଇ ସାରିଥାଆନ୍ତା। ହେଲେ ଏହି ଗାଁ ଆଜି ପର୍ଯ୍ୟନ୍ତ ଅବହେଳିତ ଓ ଅଭିଶପ୍ତ ହୋଇ ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଗ୍ରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା

ନୂଆଦିଲ୍ଲୀ,୧୬।୪: ଗୁରୁଗ୍ରାମରରେ ଜଣେ ୪୬ ବର୍ଷୀୟ ଏୟାର ହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିବା ସମୟରେ ଯୌନ...

୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣା: ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ୮୦ବର୍ଷୀୟ ବୃଦ୍ଧାଙ୍କ ବଳାତ୍କାର ଦୋଷୀଙ୍କୁ ହୋଇଛି ୨୦ବର୍ଷ ଜେଲ । ୨୦୨୨ରେ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣାରେ...

ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର,୧୬.୪: କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନା ଅଧୀନରେ ଓଡ଼ିଶା ଭାରତରେ ଶୀର୍ଷ ସ୍ଥାନ ହାସଲ କରିଛି। ଯାହା ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ...

ଓଡ଼ିଶାରେ ଗ୍ରୀନ୍ ଏନର୍ଜି ପାଇଁ ₹୪,୫୦୦ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୩,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୬.୪: ଆପୋଲୋ ଗ୍ରୀନ୍ ଏନର୍ଜି ଲିମିଟେଡ୍ ସବୁଜ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାରେ ₹୪,୫୦୦ କୋଟି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଓଡ଼ିଶାର...

ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଅଫିସ୍‌ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୪(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍‌ ସମୟରେ ଅଫିସ୍‌ ଆସୁନାହାନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ

କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ...

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ, ସୋଲାର ପମ୍ପ ଟ୍ୟାଙ୍କ ଦାରା ପାନୀୟ ଜଳ ଯୋଗାଣ ପାଇଁ ଦାବି

ଥୁଆମୂଳ ରାମପୁର,୧୬।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image