କେବଳ ଏହି କାରଣ ପାଇଁ ସାଉଥ ସୁପରଷ୍ଟାରଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ରାଧିକା ଆପ୍ଟେ : ଆଉ ତା’ ପରେ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ତାଙ୍କର ଚମତ୍କାର ଅଭିନୟ ଦକ୍ଷତା ପାଇଁ ବେଶ ଜଣାଶୁଣା । ସେ ଫିଲ୍ମ ‘ୱା ଲାଇଫ ହୋ ତୋ ଏସିି’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ରାଧିକା ‘ପାରଚଡ’, ‘ରକ୍ତ ଚରିତ୍ର ୨’, ଶୋର ଇନ୍‌ ଦ ସିଟି, ମାଝି ଦ ମାଉଣ୍ଟମ୍ୟାନ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ହେଲେ ପ୍ରାରମ୍ଭିକ ଦିନରେ ଏହି ଅଭିନେତ୍ରୀଙ୍କୁ ବଲିଉଡର ରଙ୍ଗୀନ ଦୁନିଆ ପଛରେ ଲୁଚି ରହିଥିବା ବିଶୃଙ୍ଖଳାକୁ ସାମ୍ନା କରିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ, ସୋସିଆଲ ମିଡିଆ ପୋଷ୍ଟ ଯୋଗୁ ସେ ଅନେକ ସମୟରେ ବିବାଦର ସମ୍ମୁଖୀନ ହୋଇଥାନ୍ତି। ତେବେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା। ରାଧିକା ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, ବଙ୍ଗାଳୀ ସହିତ ଅନେକ ଫିଲ୍ମରେ କାମ କରିଛନ୍ତି।
ଯେତେବେଳେ ରାଧିକା ତାମିଲ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ, ସେତେବେଳେ ଶୁଟିଂ ସମୟରେ ଦିନେ ଜଣେ ଜଣାଶୁଣା ସାଉଥ୍‌ ଅଭିନେତା ତାଙ୍କ ପାଖକୁ ଆସି ହଠାତ୍‌ ତାଙ୍କ ପାଦରେ ପାଦ ଘଷିବାକୁ ଲାଗିଲେ। ରାଧିକା ଅଭିନେତାଙ୍କ ଉପରେ ଏତେ ରାଗିଗଲେ ଯେ, ସେ ଅଭିନେତାଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରିଥିଲେ। ରାଧିକା ଏକ ଟକ୍‌ ଶୋରେ କହିଥିଲେ, ସେ ପୂର୍ବରୁ ସେହି ଅଭିନେତାଙ୍କୁ ଭେଟି ନ ଥିଲେ ଏବଂ ତାଙ୍କୁ ମଧ୍ୟ ଜାଣି ନ ଥିଲେ। ସେ ଏପରି କାର୍ଯ୍ୟକୁ ସହ୍ୟ କରିପାରି ନ ଥିଲେ ଏବଂ ସେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଚାପୁଡ଼ା ମାରିଥିଲେ।

Share