Categories: ଜାତୀୟ

ଶିଳ୍ପ ନୁହେଁ, ଦାଢ଼ି ବଢ଼ାଉଛନ୍ତି ମୋଦି

କୋଲକାତା,୨୬।୩ : ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଜପା ନିକଟରେ ଦୁଇଟି ସିଣ୍ଡିକେଟ୍ସ ଅଛି। ଗୋଟିଏ ହେଲା ଦଙ୍ଗକାରୀ। ଏମାନେ ଦିଲ୍ଲୀ, ଗୁଜରାଟ ଓ ଉତ୍ତର ପ୍ରଦେଶରେ ଦଙ୍ଗା ଘଟାଇଥିଲେ। ଅନ୍ୟଟି ହେଲା ଶିଳ୍ପ ଅଭିବୃଦ୍ଧି ହାରକୁ ଧିମା କରିବା। କେବଳ ଦାଢ଼ି ବଢ଼ାଉଛନ୍ତି। ବେଳେବେଳେ ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ରନାଥ ଟାଗୋରଙ୍କ ଠାରୁ ସେ ନିଜକୁ ଊର୍ଦ୍ଧ୍ୱରେ ମନେ କରନ୍ତି। ଆଉ ବେଳେବେଳେ ନିଜକୁ ସ୍ବାମୀ ବିବେକାନନ୍ଦ କୁହନ୍ତି। ଷ୍ଟାଡିୟମର ନାମକରଣ ନିଜ ନାମରେ କରନ୍ତି। ଦିନେ ସେ ଦେଶକୁ ମଧ୍ୟ ବିକି ଦେବେ ଓ ନିଜ ନାମରେ ଦେଶର ନାମ କରଣ କରି ଦେବେ। ତାଙ୍କ ମୁଣ୍ଡରେ କିଛି ତ ଖରାପ ଅଛି ବୋଲି ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୭ ତାରିଖରୁ ୮ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବ। ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଗାଦିରୁ ହଟାଇବା ପାଇଁ ଭାଜପା ବହୁ ପୂର୍ବତନ ଟିଏମ୍‌ସି ନେତାଙ୍କୁ ଟିକେଟ୍‌ ଦେଇଛି।

Share