‘କେବଳ ଛୋଲେ ଭଟୁରେ ତିଆରି କରିବା ଜାଣିଥିଲେ’

ନୂଆଦିଲ୍ଲୀ: ସେଫ୍‌ ବିକାଶ ଖାନ୍ନା ତାଙ୍କ ରିଆଲିଟି ଶୋ’ ମାଷ୍ଟର ସେଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ନିକଟରେ ତାଙ୍କୁ କୌନ୍‌ ବନେଗା କରୋଡପତି ଶୋ’ର ହଟ୍‌ ସିଟ୍‌ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ସେ ତାଙ୍କ ସଂଘର୍ଷମୟ ଜୀବନ କଥା ଶେୟାର କରିଛନ୍ତି। ସେଥିରେ ସେ କହିଛନ୍ତି, ଜନ୍ମ ପରଠାରୁ ତାଙ୍କ ଗୋଡ଼ ଟିକେ ବଙ୍କା ଥିଲା; ଯେଉଁଥିପାଇଁ ସେ ଅନ୍ୟ ପିଲାଙ୍କ ଭଳି ଚଲାବୁଲା କରିପାରୁ ନ ଥିବାରୁ ଅନ୍ୟ ପିଲାମାନେ ତାଙ୍କର ମଜାକ୍‌ ଉଡାଉଥିଲେ। ସେଥିପାଇଁ ସେ ସବୁବେଳେ ତାଙ୍କ ମା’ ଏବଂ ଜେଜେମା’ଙ୍କ କୋଳରେ ବସି ରହୁଥିଲେ। ପରେ ସେ ୧୫/୧୬ ବର୍ଷ ବୟସରେ ବିଜ୍‌ନେସ କରିବାକୁ ଯୋଜନା କଲେ। କିନ୍ତୁ ପରେ ସେଥିରେ ସଫଳ ହୋଇ ନ ଥିଲେ। ଏଥିରେ ସେ ନିଜକୁ ମଜଭୁତ କରି ପ୍ରଥମ ଥର ପାଇଁ ମୁମ୍ବାଇ ଆସିଥିଲେ। ସେଠାରେ ସେ ବିଭିନ୍ନ ଭେରାଇଟିର ଖାଦ୍ୟ ଦେଖି ତିଆରି କରିବା ଶିଖିଥିଲେ। ପୂର୍ବରୁ ତାଙ୍କୁ କେବଳ ଛୋଲେ ଭଟୁରେ ତିଆରି କରିବା ଆସୁଥିଲା। ଆଉ ଏବେ ତାଙ୍କ ସଂଘର୍ଷର ମୂଲ୍ୟ ନ୍ୟୁୟର୍କରେ ଜୁନୁନ୍‌ ନାମରେ ଏକ ରେଷ୍ଟୁରାଣ୍ଟ ଅଛି। ତେବେ ବିକାଶ ସେଫ୍‌ ସହ ଜଣେ ଲେଖକ ମଧ୍ୟ। ସେ ୨୦୧୫ରେ ‘ଉତ୍ସବ’ ନାମକ ପୁସ୍ତକ ଲେଖିଥିଲେ। ଯାହାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଏବଂ ତିବେତାନ୍‌ ଲିଡର ଦଲାଇ ଲାମାଙ୍କୁ ଗିଫ୍ଟ ଆକାରରେ ଦେଇଛନ୍ତି।

Share