Categories: ଜାତୀୟ

ତାମିଲନାଡୁ କୋର୍ଟରେ ଲଗାଯିବା କେବଳ ମହାତ୍ମା ଗାନ୍ଧୀ-ସନ୍ଥ ଥିରୁଭାଲୁଭାରଙ୍କ ଫଟୋ: ହାଇକୋର୍ଟ…

ଚେନ୍ନାଇ,୨୩।୭ : ମାଡ୍ରାସ ହାଇକୋର୍ଟ କହିଛନ୍ତି ତାମିଲନାଡୁ ଏବଂ ପୁଡୁଚେରୀର କୋର୍ଟରେ କେବଳ ମହାତ୍ମା ଗାନ୍ଧୀ ଏବଂ ତାମିଲ ସନ୍ଥ ଥିରୁଭାଲୁଭାରଙ୍କ ଫଟୋ ଲଗାଯାଇ ପାରିବ। ସମସ୍ତ ଜିଲା ଅଦାଲତକୁ ଦିଆଯାଇଥିବା ଏକ ସର୍କୁଲାରରେ ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ ନୂତନ ନିର୍ମାଣ ହୋଇଥିବା ମିଳିତ କୋର୍ଟ କମ୍ପ୍ଲେକ୍ସର ପ୍ରବେଶ ଦ୍ୱାରରୁ ବି.ଆର୍‌ ଆମ୍ବେଡକରଙ୍କ ଚିତ୍ର ହଟାଇବାକୁ ଆଲନ୍ଦୁରରେ ଥିବା ବାର୍‌ ଆସୋସିଏସଶନକୁ ପ୍ରବର୍ତ୍ତାଇବାକୁ ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ଆଡଭୋକେଟ ଆସୋସିଏଶନ ତରଫରୁ ଆମ୍ବେଡକର ଏବଂ ସଂପୃକ୍ତ ଆସୋସିଏଶନର ବରିଷ୍ଠ ଆଡଭୋକେଟଙ୍କ ଫଟୋ ଉନ୍ମୋଚନ ପାଇଁ ଅନୁମତି ଲୋଡିଥିବା ପ୍ରତିନିଧି ଏହି ପ୍ରସଙ୍ଗ ସହିତ ଜଡିତ ଥିଲେ।
ସର୍ବସମ୍ମତି କ୍ରମେ ଗାନ୍ଧୀ ଏବଂ ଥିରୁଭାଲୁଭାରଙ୍କ ପ୍ରତିମୂର୍ତ୍ତି ଏବଂ ଚିତ୍ର ବ୍ୟତୀତ ଅନ୍ୟ କୌଣସି ଚିତ୍ର ଏବଂ ପ୍ରତିମୂର୍ତ୍ତି କୋର୍ଟ ପରିସରରେ ପ୍ରଦର୍ଶିତ ହେବ ନାହିଁ ବୋଲି ସର୍କୁଲାରରେ ଉଲ୍ଲେଖ କରାଯାଇଛି।

ରେଜିଷ୍ଟ୍ରାର-ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି କୌଣସି ଅବମାନନା ହେଲେ ତାମିଲନାଡୁର ବାର୍‌ କାଉନସିଲ ଏବଂ ପୁଡୁଚେରୀର ଉପଯୁକ୍ତ ଅଭିଯୋଗ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share