Categories: ଜାତୀୟ

ଲୋକଙ୍କ ହୃଦୟରେ କେବଳ ମୋଦି ଜୀ ଅଛନ୍ତି:ଅମିତ ଶାହା

ନୂଆଦିଲ୍ଲୀ,୩।୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲଙ୍ଗାନାର ବିଧାନସଭା ନିର୍ବଚନ ଫଳାଫଳକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆଜିର ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ଯେ, ତୁଷ୍ଟୀକରଣ ଏବଂ ଜାତି ଭିତ୍ତିକ ରାଜନୀତିର ଦିନ ସମାପ୍ତ ହୋଇଛି ବୋଲି କହିଛନ୍ତି ଶାହା।
ଅମିତ ଶାହା କହିଛନ୍ତି, ଲୋକଙ୍କ ହୃଦୟରେ କେବଳ ମୋଦି ଜୀ ଅଛନ୍ତି। ନୂଆ ଭାରତ ପ୍ରଦର୍ଶନ ଭିତ୍ତିକ ରାଜନୀତି ହିସାବରେ ଭୋଟ ଦେଇଛି। ଏହି ବିପୁଳ ସମର୍ଥନ ପାଇଁ ମୁଁ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଲୋକଙ୍କୁ ଧନ୍ୟବାଦ ଦେଉଛି। ଭାଜପାର ଏହ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଅନେକ ଅନେକ ଅଭିନନ୍ଦନ।
ଅମିତ ଶାହା ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ବୀରଭୂମି ରାଜସ୍ଥାନବାସୀଙ୍କୁ ହୃଦୟରୁ କୃତଜ୍ଞତା। ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପାକୁ ଆଶୀର୍ବାଦ ଦେଇଥିବାରୁ ମୁଁ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଉଛି।

ମଧ୍ୟପ୍ରଦେଶର ଏହି ବିଶାଳ ବିଜୟ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାରଙ୍କ କଲ୍ୟାଣ ନୀତି ତଥା ଉତ୍ତମ ଶାସନ ଉପରେ ଜନସାଧାରଣଙ୍କ ଅନୁମୋଦନ। ବହୁ ସଂଖ୍ୟାରେ ଆଶୀର୍ବାଦ ଦେଇ ଭାଜପାକୁ ନିରନ୍ତର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ଜନସାଧାରଣଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ଶାହା କହିଛନ୍ତି।

ଶାହା କହିଛନ୍ତି, ଛତିଶଗଡର ଆଦିବାସୀ, ଗରିବ, କୃଷକ ଭଉଣୀ ଏବଂ ଭାଇମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିଶ୍ୱାସ କରି ଭାଜପାକୁ ବହୁ ସଂଖ୍ୟାରେ ଆଶୀର୍ବାଦ ଦେଇଛନ୍ତି। ଏହି ବିଶାଳ ବିଜୟ ପାଇଁ ମୁଁ ଛତିଶଗଡର ଲୋକଙ୍କୁ କୃତଜ୍ଞତା ଜଣାଉଛି।

ଅମିତ ଶାହା କହିଛନ୍ତି, ତେଲଙ୍ଗାନାବାସୀଉତ୍ସାହର ସହ ସମର୍ଥନ କରିଥିବାରୁ ମୁଁ କୃତଜ୍ଞ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପା ତେଲଙ୍ଗାନାର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବ। ଲୋକଙ୍କ ସହଯୋଗରେ ଆମେ ନିଶ୍ଚିତ ଭାବରେ ତେଲେଙ୍ଗାନାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବୁ।

Share