ତାମିଲନାଡୁ,୨୦।୧୨, ତାମିଲନାଡୁର ଏକ ନାବାଳିକା ନିଜ ଆତ୍ମହତ୍ୟା ନୋଟ୍ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ଆତ୍ମହତ୍ୟା କରିଛନ୍ତି। ସେ ଚେନ୍ନାଇ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଥିଲେ। ଗତ ସପ୍ତାହରେ ଚେନ୍ନାଇର ମାଙ୍ଗାଡୁସ୍ଥିତ ତାଙ୍କ ଘରେ ଥିବା କୋଠରୀରେ ତାଙ୍କ ମୃତ ଦେହ ମିଳିଥିଲା। ତେବେ ଶନିବାର ତାଙ୍କ ଆତ୍ମହତ୍ୟା ନୋଟ୍ ମିଳିଥିଲା। ସେହି ଆତ୍ମହତ୍ୟା ନୋଟ୍ରେ ଯୌନ ନିର୍ଯାତନା ବନ୍ଦ କର ବୋଲି ଲେଖା ହୋଇଥିଲା। ପୁଅମାନଙ୍କୁ ସମାଜରେ ଝିଅମାନଙ୍କୁ କିଭଳି ସମ୍ମାନ ଦେବେ ଶିଖାଇବାକୁ ପିତାମାତାଙ୍କୁ ନିବେଦନ କରିଥିଲେ। ସମ୍ପର୍କୀୟ କିମ୍ବା ଶିକ୍ଷକମାନଙ୍କୁ ବିଶ୍ୱାସ କର ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ଆଉ ମଧ୍ୟ ଲେଖାଥିଲା କି ଏକମାତ୍ର ସୁରକ୍ଷିତ ସ୍ଥାନ ହେଉଛି ଏକ ମାତାର ଗର୍ଭ ଏବଂ ଶ୍ମଶାନ।
ଯୌନ ଉତ୍ପୀଡ଼ନ ଅସହିଷ୍ଣୁ ହୋଇପଡୁଛି ଏବଂ ଏହି କାରଣରୁ ସେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି କିନ୍ତୁ କେହି ତାଙ୍କୁ ସାନ୍ତ୍ୱନା ଦେଇନାହାନ୍ତି। ତାଙ୍କ ଅଧ୍ୟୟନରେ ଧ୍ୟାନ ଦେଇ ପାରିବେ ନାହିଁ। ବାରମ୍ବାର ଦୁଃସ୍ବପ୍ନ ଦେଖିବା ଏବଂ ରାତିରେ ଶୋଇପାରୁ ନ ଥିବା ସେ ଲେଖିଥିଲେ। ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଚାରୋଟି ସ୍ବତନ୍ତ୍ର ଟିମ୍ ଗଠନ କରିଛି। ତାଙ୍କ ମୋବାଇଲ ଫୋନ୍ କଲ ରେକର୍ଡକୁ ଆଧାର କରି ପୋଲିସ ତାଙ୍କୁ ବାରମ୍ବାର ଫୋନ କରୁଥିବା ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି।