କେବଳ ଏହି ମାନଙ୍କ ପାଇଁ ଚାଲିବ ‘ମୋ ବସ’

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସମୟରେ ପରିବହନ, ଯେପରିକି ବସ ଚଳାଚଳ ବନ୍ଦ ରହିବ। ମୋ ବସ୍‌ ନିୟମିତ ସେବା ମଧ୍ୟ ବନ୍ଦ ରହିବା ନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ‘ମୋ ବସ’ର ନିୟମିତ ସେବା ବନ୍ଦ ରହିବ ବୋଲି ଏଥିରେ କୁହାଯାଇଛି। ତେବେ ଟ୍ରେନ୍‌ରେ ଆସୁଥିବା ଯାତ୍ରୀଙ୍କ ପାଇଁ ରେଳ ଷ୍ଟେଶନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ’ ଚାଲିବ। ସେହିପରି ବିମାନ ବନ୍ଦରରୁ ରେଲୱେ ଷ୍ଟେଶନ ପର୍ଯ୍ୟନ୍ତ ସଟଲ ସର୍ଭିସ ଜାରି ରହିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।

Share