ନିର୍ବାଚିତ ହୋଇଛନ୍ତି ଜଣେ ମାତ୍ର ବିଧାୟିକା

ବ୍ରହ୍ମପୁର,୧୧।୧୦(ନରସିଂହ ସାହୁ): ଭାରତ ସ୍ବାଧୀନତା ପରେ ୧୯୫୧-୧୯୫୨ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୧୬ ବିଧାନସଭା ନିର୍ବାଚନ ହୋଇଛି। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଜଣେ ମାତ୍ର ବିଧାୟିକା ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ମହୁରୀ ରାଣୀ ରତ୍ନ ମଞ୍ଜରୀ ଦେବୀ। ୧୯୭୭ ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥିନୀ ଭାବେ ଲଢ଼େଇ କରିଥିଲେ। କଂଗ୍ରେସ ପ୍ରାର୍ଥୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କୁ ବିପୁଳ ଭୋଟରେ ପରାସ୍ତ କରିଥିଲେ। ନିର୍ବାଚନ ବେଳେ ଆଚାର୍ଯ୍ୟ କ୍ଷମତାରେ ଥିଲେ। ସେ ସମୟରେ ବ୍ରହ୍ମପୁର ସହରର ୨୭ ୱାର୍ଡ ଏବଂ କୁକୁଡ଼ାଖଣ୍ଡି ବ୍ଲକର ୧୦ ପଞ୍ଚାୟତକୁ ନେଇ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ହୋଇଥିଲା।
ବର୍ତ୍ତମାନ ବିଜେଡି ସରକାର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେଣୁ ଆଗାମୀ ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ଏକାଧିକ ମହିଳା ଆଗ୍ରହ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ଆସନ ପାଇଁ ସେମାନେ ଆବେଦନ କରିବାରେ ଲାଗିଛନ୍ତି। ଦରଖାସ୍ତକାରୀଙ୍କ ମଧ୍ୟରେ ଜଣେ ମହାନଗର ନିଗମର ପୂର୍ବତନ ମହିଳା ମେୟର ଅଛନ୍ତି। ଦଳୀୟ ସଂଗଠନର ପଦପଦବୀରେ ଥିବା ଆଉ କେତେ ଜଣ ଆଶାୟୀ ଅଛନ୍ତି। ଅନ୍ୟପକ୍ଷରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ୩୩% ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ହେବାର ବିଧେୟକ ପାର୍ଲାମେଣ୍ଟରେ ପାରିତ ହୋଇ ଆଇନରେ ପରିଣତ ହୋଇଛି। ତେବେ ସେହି ଆଇନ ୨୦୨୯ ନିର୍ବାଚନଠାରୁ ଲାଗୁ ହେବା ଆଶା କରାଯାଉଛି।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଗଞ୍ଜାମର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୫ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ। ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଆସିକା, ସାନଖେମୁଣ୍ଡି ଓ ଚିକିଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମହିଳାଙ୍କ ମଧ୍ୟରୁ ୪ଜଣ ନିର୍ବାଚିତ ହୋଇଥିଲେ। ସାନଖେମୁଣ୍ଡି ଆସନରେ ବିଜେଡି ମହିଳା ପ୍ରାର୍ଥୀ ପରାସ୍ତ ହୋଇଥିଲେ। ଆଗାମୀ ନିର୍ବାଚନରେ ୧୩ ନିର୍ବାଚନ ମଣ୍ଡଳୀରୁ ଅର୍ଦ୍ଧାଧିକ ଆସନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ତେଣୁ ଏବେଠୁ ମହିଳା କର୍ମୀ ଓ ନେତ୍ରୀଙ୍କ ଆଗ୍ରହ ବଢ଼ି ଯାଇଥିବା ଲକ୍ଷ୍ୟ କରାଯାଇଛି। ବିଜେଡି ସୁପ୍ରିମୋଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ରେ ହୋଇଥିବା ନିର୍ବାଚନରେ ବ୍ରହ୍ମପୁର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ସ୍ବର୍ଗତ ରାଷ୍ଟ୍ରପତି ଭିଭି ଗିରିଙ୍କ ସାନ ଭଉଣୀ ଡି. ଲକ୍ଷ୍ମୀବାଇ କଂଗ୍ରେସର ବିଧାୟିକା ହୋଇଥିଲେ। ପରବର୍ତ୍ତୀ ଦ୍ୱିତୀୟ ନିର୍ବାଚନରେ ମଧ୍ୟ ଲକ୍ଷ୍ମୀବାଇ ଏହି ଆସନରୁ କଂଗ୍ରେସରୁ ଜିତିବା ପରେ ବିଧାନସଭାର ପ୍ରଥମ ମହିଳା ଉପବାଚସ୍ପତି ହୋଇଥିଲେ। ଏବେ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ଅତି ସୁବିଧା ହୋଇଛି। ମହାନଗରର ୪୨ ୱାର୍ଡରୁ ୩୬ଟିକୁ ନେଇ ନିର୍ବାଚନ ମଣ୍ଡଳୀ ହୋଇଛି। ଅବଶିଷ୍ଟ ୱାର୍ଡ ଗୋପାଳପୁର କ୍ଷେତ୍ରରେ ଅଛି। ତେଣୁ ଏହି ଆସନ ଉପରେ ମହିଳାଙ୍କ ନଜର ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri