Categories: ଜାତୀୟ

କେବଳ ପ୍ରଧାନମନ୍ତ୍ରୀ ଲାଗୁଛିି, ଆମ ଜମି ଚାଇନା ଅକ୍ତିଆର କରିନାହିଁ: ରାହୁଲ

ଶ୍ରୀନଗର,୨୯।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଇନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଅନୁଭବ କରୁଛନ୍ତି ଯେ, ଚାଇନା ଭାରତରୁ କୌଣସି ଜମି ନେଇ ନାହିଁ। ନିକଟରେ ମୁଁ ଆସାମ ଏବଂ ଲଦାଖର ଲୋକଙ୍କୁ ଭେଟିଛି, ଯେଉଁମାନେ ତାଙ୍କ ସହିତ ଏହି ବିଷୟରେ ଆଲୋଚନା କରିଥିଲେ। ଏକ ଲଦାଖୀ ପ୍ରତିନିଧି ଦଳ ସ୍ପଷ୍ଟ ଭାବେ କହିଛନ୍ତି, ୨୦୦୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳ ଚାଇନା କବ୍‌ଜାରେ ଅଛି। ପୂର୍ବରୁ ଭାରତରେ ଥିବା ଅନେକ ପାଟ୍ରୋଲିଂ ପଏଣ୍ଟ ବର୍ତ୍ତମାନ ଚାଇନା ହାତରେ ଅଛି। କିନ୍ତୁ ସରକାର ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରୁଛନ୍ତି। ଏହା ବିପଜ୍ଜନକ ଏବଂ ଚାଇନାକୁ ଅଧିକ ଆକ୍ରମଣାତ୍ମକ କାର୍ଯ୍ୟ କରିବାକୁ ଅଧିକ ଆତ୍ମବିଶ୍ୱାସ ଦେବ। ଆମକୁ ଚାଇନା ସହିତ କଡା ମୁକାବିଲା କରିବାକୁ ପଡିବ ଏବଂ ସେମାନେ ଆମ ଜମିରେ ବସିଛନ୍ତି, ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେମାନଙ୍କୁ କହିବାକୁ ପଡିବ।

Share