Categories: ଜାତୀୟ

କେବଳ ଭାଜପା ହିଁ ରାଜ୍ୟର ବିକାଶ କରିପାରିବ: ଅମିତ ଶାହା

ଥିରୁଭାନନ୍ତପୁରମ,୭।୩: ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପୂରା ଦମ୍‌ରେ ମୈଦାନକୁ ଓହ୍ଲାଇଛି। ରହିବାର କୋଲକତାରେ ପ୍ରଧାନମନ୍ତ୍ରୀ ମୋଦି ଜୋରଦାର ପ୍ରଚାର କରିଥିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ୟ ମନ୍ତ୍ରୀ ଅମିତ ଶାହା କେରଳ ବିଜୟ ଯାତ୍ରା ସମାରୋହରେ ଭାଗ ନେଇଥିଲେ। ଏହି ସମୟରେ କେରଳ ପିପୁଲ୍ସ ପାର୍ଟି ମୁଖ୍ୟ ତଥା ଅଭିନେତା ଦେବନ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଥିଲେ। ଅମିତ ଶାହାଙ୍କୁ ଦେବନଙ୍କୁ ଭାଜପା ସଦସ୍ୟତା ପ୍ରଦାନ କରିଥିଲେ। ମଞ୍ଚରୁ କେରଳର ଲୋକଙ୍କୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, ଏହା ଭଗବାନ ପଦ୍ମନାଭଙ୍କ ଭୂମି, ଏଠାକୁ ଆସି ମୁଁ ବହୁତ ଖୁସି। କିନ୍ତୁ ଏହା ଏବେ ଭ୍ରଷ୍ଟାଚାର, ରାଜନୈତିକ ହିଂସାର ଭୂମି ପାଲଟିଛି। ତେଣୁ କେବଳ ଭାଜପା ଏହି ରାଜ୍ୟର ବିକାଶ କରିପାରିବ ବୋଲି ସେ କହିଛନ୍ତି।

Share