Categories: ଜାତୀୟ

୨୦୨୪ ଗଣତନ୍ତ୍ର ଦିବସ ପରେଡ୍‌ରେ କେବଳ ସାମିଲ ହେବେ ମହିଳା

ନୂଆଦିଲ୍ଲୀ,୭।୫: ୨୦୨୪ ଗଣତନ୍ତ୍ର ଦିବସରେ ଏକ କିଛି ସ୍ବତନ୍ତ୍ର ହେବାକୁ ଯାଉଛି। ସୂଚନା ଅନୁଯାୟୀ, ୨୦୨୪ ଜାନୁୟାରୀ ୨୬ରେ କର୍ତ୍ତବ୍ୟ ପଥରେ କେବଳ ମହିଳା ପରେଡ୍‌ କରୁଥିବା ଦେଖିବାକୁ ମିଳିବ। ଏପରିକି ପରେଡ୍‌ , ମାର୍ଚିଂ ସ୍ବାର୍ଡ ଏବଂ ସାଂସ୍କୃତିକ ଉପସ୍ଥାପନାରେ କେବଳ ମହିଳା ନଜର ଆସିବେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରସ୍ତାବରେ କୁହାଯାଇଛି , ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ଯେ ଗଣତନ୍ତ୍ର ଦିବସ ୨୦୨୪ରେ କେବଳ ମହିଳା ଅଂଶଗ୍ରହଣ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ଗୃହ, ସଂସ୍କୃତି ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚନା ଦେଇଥିବା ଜଣାପଡିଛି।

Share