Categories: ଜାତୀୟ

ୟୁପି ସରକାରଙ୍କୁ କଡ଼ା ନିନ୍ଦା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୧୦: ଲଖିମୁପର ହିଂସା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି। ଶୁଣାଣି ସମୟରେ ପୋଲିସର କାର୍ଯ୍ୟରେ ଅଳସୁଆ ଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଧାନ ବିଚାରପତିଙ୍କ କଠୋର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଛି। ସେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ହତ୍ୟା ଅଭିଯୋଗରେ ପୋଲିସ ନୋଟିସ ପଠାଇ ପଚରାଉଚରା ପାଇଁ ଡାକିଛନ୍ତି କି ? କେଉଁ ଆଧାରରେ ହତ୍ୟାକାରୀକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି? କୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ଓକିଲ ହରିଶ ସାଲଭେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇ କହିଛନ୍ତି ଯେ ଚାଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଗୁଳି କ୍ଷତ ଦେଖାଯାଇ ନାହିଁ ତେଣୁ ସେମାନଙ୍କୁ ନୋଟିସ ପଠାଯାଇଛି। ଘଟଣାସ୍ଥଳରୁ ଦୁଇଟି କାର୍ଟ୍ରିଜ ଉଦ୍ଧାର କରାଯାଇଥିବା ସେ କହିଛନ୍ତି। ଏଥିରୁ ଜଣାପଡିଛି ଯେ ଅଭିଯୁକ୍ତଙ୍କ ଟାର୍ଗେଟ ଅନ୍ୟ କିଛି ଥିଲା।
ଶୁଣାଣି ସମୟରେ ସୁପ୍ରିମକୋର୍ଟ ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି। କୋର୍ଟ କହିଛନ୍ତି ଯେ, ଆଠ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ପାଇଁ ଆଇନ ସମାନ। ଆମେ ଆଶା କରୁଛୁ ଏହି ଗୁରୁତର ପ୍ରସଙ୍ଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ।

Share