ଫିଲ୍ମ ପାଇଁ ମିଳିଥିବା ଆଓ୍ବାର୍ଡକୁ ବାଥରୁମରେ ଛାଡି ଆସିଥିଲେ ସନି ଦେଓଲ: କାରଣ ଜାଣିଲେ…

ସନ୍ନି ଦେଓଲ ତାଙ୍କର ରାଗ ପାଇଁ ବଲିଉଡରେ ବେଶ ପ୍ରସିଦ୍ଧ। କୁହାଯାଏ ଯେ ଯଦି ସେ ଥରେ ରାଗିଯାନ୍ତି ତେବେ ସେ କାହା କଥା ଶୁଣନ୍ତି ନାହିଁ। ସନ୍ନି ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ଅଦ୍ୟାବଧି ସେ ‘ଗଦର’, ‘ଘାୟଲ’, ତ୍ରିଦେବ୍‌ଙ୍କ ସମେତ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। ସନି ଫିଲ୍ମ ଦୁନିଆରେ ଏକ ଆକ୍ସନ ଅଭିନେତା ଭାବରେ ଜଣାଶୁଣା । ତାଙ୍କ ଚଳଚ୍ଚିତ୍ର ‘ଗଦର’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। କିନ୍ତୁ ଏହି ଚଳଚ୍ଚିତ୍ର ପାଇଁ ପୁରସ୍କାର ପାଇବା ପାଇଁ ପହଞ୍ଚିଥିବା ସନ୍ନି ଏପରି କିଛି କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ପ୍ରକୃତରେ ସନ୍ନିଙ୍କୁ ‘ଗଦର’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ କ୍ରିଟିକ୍‌ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା । କିନ୍ତୁ ସନ୍ନି ଏହି ପୁରସ୍କାରକୁ ପସନ୍ଦ କରି ନ ଥିଲେ। ପରେ ପୁରସ୍କାରକୁ ବାଥରୁମରେ ଛାଡି ଚାଲିଗଲେ । ସନ୍ନିଙ୍କ ପରି ତାଙ୍କ ପିତା ଧର୍ମେନ୍ଦ୍ର ମଧ୍ୟ ପୁରସ୍କାର ପସନ୍ଦ କରନ୍ତି ନାହିଁ। ଫିଲ୍ମ ଜଗତରେ ଦିଆଯାଇଥିବା ଏହି ପୁରସ୍କାର ବିଷୟରେ ଉଭୟେ ଅନେକ କଥା କହିଛନ୍ତି ଏବଂ ପୁରସ୍କାର ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଜାଣନ୍ତୁ ବାଥରୁମରେ ପୁରସ୍କାର ଛାଡିବାର କାରଣ କ’ଣ ଥିଲା?।

ଜି ଟେଲିଫିଲ୍ମର ପୂର୍ବତନ ସିଇଓ ସନ୍ଦୀପ ଗୋୟଲ ତାଙ୍କ ପୁସ୍ତକ ‘ହନେଷ୍ଟି ଟୁ ଗଡ’ରେ ସନ୍ନି କାହିଁକି ବାଥରୁମରେ ପୁରସ୍କାର ଛାଡିଛନ୍ତି ସେ ବିଷୟରେ ଲେଖିଥିଲେ। ସେ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ୨୦୦୧ ଚଳଚ୍ଚିତ୍ର ‘ଗଦର’ ଜି ଟେଲିଫିଲ୍ସ ନିଜେ ପ୍ରସ୍ତୁତ କରିଥିଲେ। ଏହି ପୁରସ୍କାର କାର୍ଯ୍ୟ ମଧ୍ୟ ଜି ଦ୍ୱାରା ଆୟୋଜିତ ହୋଇଥିଲା ଯଦିଓ ଫିଲ୍ମ ପୁରସ୍କାର ଦେବାବେଳେ ଅମିର ଖାନଙ୍କ ଫିଲ୍ମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା, ସନି ଦେଓଲଙ୍କ ଫିଲ୍ମ ‘ଗଦର’ ଏହି ତାଲିକାରୁ ବାଦ ପଡିଥିଲା।

ଜି ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର’ ପ୍ରସ୍ତୁତ କରିଥିଲେ। ଏହି କାରଣରୁ ପୁରସ୍କାର କାର୍ଯ୍ୟରେ ଫିଲ୍ମକୁ ଅନ୍ତର୍ଭୂକ୍ତ କରାଯାଇ ନଥିଲା । ଏହି ପୁରସ୍କାର କାର୍ଯ୍ୟରେ ଆମୀର ଖାନଙ୍କ ଚଳଚ୍ଚିତ୍ର ‘ଲଗାନକୁ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଅମିର ଖାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା ।

Share