ଭଉଣୀଙ୍କ ହାତ ଛାଡିଲେ ସୋନୁ!

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମଙ୍ଗଳବାର ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସେଠାରେ ରାଜନୀତି ହାଇଛି ସରଗରମ । ଏହାସହ ପଞ୍ଜାବ କଂଗ୍ରେସର କଳି ଲାଗି ରହିଥିବା ବେଳେ ମାଳବିକା କଂଗ୍ରେସରେ ଯୋଗ ଦେବା କାରଣରୁ ଅନୁମାନ କରାଯାଉଥିଲା କି ସୋନୁ ଭଉଣୀ ମାଳବିକାଙ୍କ ପାଇଁ ନିଶ୍ଚତ ଭାବେ ପ୍ରଚାର କରିବେ । ତେବେ ଏହାକୁ ନେଇ ନିକଟରେ ସୋନୁ ଏକ ସାକ୍ଷାତକାରରେ ଖୋଲାଖୋଲି କଥା ହୋଇଛନ୍ତି । ସେ କହିଛନ୍ତି, ରାଜନୀତି ସହ ମୋର କୌଣସି ସମ୍ପର୍କ ନାହିଁ । ଭଉଣୀ ମାଳବିକା ପରିଶ୍ରମ କରିବେ ଓ ଫଳ ନିଶ୍ଚିତ ପାଇବେ । ସେ ସିଧାସଳଖ ଲୋକଙ୍କ ସହ ଯୋଡି ହୋଇ ସେମାନଙ୍କ ସୁଖ ଦୁଖରେ ଭାଗିଦାର ହେବାକୁ ଆଗକୁ ପାଦ ବଢାଇଛନ୍ତି । ସେଥିପାଇଁ ମୁଁ ଗର୍ବିତ । ହେଲେ ମୋର ନିଶା ହେଉଛି ଅଭିନୟ କରିବା । ମୁଁ ଏବେ ନୁହେଁ ବା କେବେ ନୁହେଁ ରାଜନୀତିଠାରୁ ସବୁବେଳେ ଦୂରେଇ ରହିବି । ଏଥିରୁ ସ୍ପଷ୍ଟ ହୋଇଛି ସେ ସୋନୁ ଭଉଣୀ ମାଳବିକାଙ୍କ ପାଇଁ ପ୍ରଚାର ତ କରିବେ ନାହିଁ ନିଜେ ଭବିଷ୍ୟତରେ ବି କେବେ ରାଜନୀତି କରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବରୁଣଙ୍କୁ ପ୍ରପୋଜ କରିଥିଲେ ଶ୍ରଦ୍ଧା, ମନା କରିବା ଯୋଗୁ ଖାଇଥିଲେ ମାଡ଼

ମୁମ୍ବାଇ: ବଲିଉଡ ସୁପରଷ୍ଟାର ବରୁଣ ଧାଓ୍ବନଙ୍କୁ ପ୍ରପୋଜ କରିଥଲେ ଅଭିନେତ୍ରୀ ଶ୍ରଦ୍ଧା କପୁର। ହେଲେ ମନା କରିଦେଇଥିଲେ ଅଭିନେତା। ଏହାପରେ ଶ୍ରଦ୍ଧା ନେଇଥିଲେ ପ୍ରତିଶୋଧ। ଜଣେ...

ମୃତ ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କା ଦେବେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ:ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବଡ଼ ଘୋଷଣା। ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ...

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ...

ସଂସଦ ଭବନ ନିକଟରେ ନିଜକୁ ନିଆଁ ଲଗାଇଲେ ବ୍ୟକ୍ତି, ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୫।୧୨: ସଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଦେଇଛନ୍ତି। ନିକଟରେ ଥିବାସୁରକ୍ଷାକର୍ମୀମାନ ତୁରନ୍ତ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନା ପଠାଇଥିଲେ। ଖବର...

ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରିବାର ସମୟ ଆସିଛି: ଗିରିରାଜ ସିଂ

ନୂଆଦିଲ୍ଲୀ,୨୫।୧୨: କେନ୍ଦ୍ର ମନ୍ତ୍ରୀ ତଥା ବେଗୁସରାଇ ଏମପି ଗିରିରାଜ ସିଂ ବୁଧବାର କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ବାଂଲାଦେଶୀମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା...

ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ, ଚେତାବନୀ ଦେଲା ଗୁଇନ୍ଦା ସଂସ୍ଥା

କୋଲକାତା,୨୫।୧୨: ବିଧାନସଭାରେ ବିରୋଧୀଦଳର ନେତା (ଏଲଓପି) ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିମାନେ ପଶ୍ଚିମବଙ୍ଗ ସରକାରଙ୍କୁ ସତର୍କ କରାଇଛନ୍ତି। ଏହି ଆକ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri