ଅଳଙ୍କାର ବ୍ୟବସାୟୀଙ୍କୁ ଗୁଳି କରି ସୁନା ଭର୍ତ୍ତି ବ୍ୟାଗ ଲୁଟ୍‌

ବଡ଼ଗାଁ,୧।୩: ସୁନ୍ଦରଗଡ଼ ଜିଲା ବଡ଼ଗାଁରେ ସୋମବାର ସକାଳେ ଅଳଙ୍କାର ବ୍ୟବସାୟୀ ରୋହିତ ବର୍ମାଙ୍କୁ ୩ ଦୁର୍ବୃତ୍ତ ଗୁଳି ଚଳାଇ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ସକଳେ ରୋହିତ ଅଳଙ୍କାର ଦେକାନକୁ ଏକ ବ୍ୟାଗ୍‌ରେ ଅଳଙ୍କାର ନେଇ ଆସୁଥିବା ବେଳେ ଦୋକାନ ସମ୍ମୁଖରେ ୨ ରାଉଣ୍ଡ ଗୁଳି ଚଳାଇ ଦୁର୍ବୃତ୍ତ ବ୍ୟାଗ ଲୁଟି ନେଇଥିଲେ। ତେବେ ଏହି ସମୟରେ ସରୋଜ ଦାସ ନାମକ ଜଣେ ସ୍ଥାନୀୟ ଲେକେ ବାଇକ୍‌ରେ ବସି ଚାଲିଯାଉଥିବା ଜଣେ ଦୁର୍ବୃତ୍ତଙ୍କ ସର୍ଟ ଧରି ଟାଣି ଆଣିବାରୁ ସେ ତଳେ ପଡ଼ି ଯାଇଥିଲେ। ପରେ ଦୁବୃର୍ତ୍ତ ପୁଣି ଗୁଳିଚାଳନା କରିବାରୁ ସରୋଜଙ୍କ ଅଣ୍ଟାରେ ଗୁଳି ବାଜିଥିଲା। ତେବେ ତଳେ ପଡ଼ିଯାଇଥିବା ଦୁର୍ବୃତ୍ତ ଜଣକଙ୍କ ଦୌଡ଼ି ପଳାଇ ଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ଉଭୟ ଗୁରୁତର ଦ୍ୱୟଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି।