Advertisement

ଓପି ଜିନ୍ଦଲ ଫୁଟବଲ ଟୁନାମେଣ୍ଟ ଉଦଘାଟିତ

ଟେନସା,୬।୮(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ଜିନ୍ଦଲ ଖଣିର ମାଲିକ ସୱର୍ଗତ ଓମ ପ୍ରକାଶ ଜିନ୍ଦଲଙ୍କ ୯୪ତମ ଜନ୍ମ ବାର୍ଷିକ ଉତ୍ସବରେ ଫୁଟବଲ ଟୁନାମେଣ୍ଟ ଆଜି ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ତନ୍ତ୍ରରାଗ୍ରାମ ସ୍ଥିତ ଜିନ୍ଦଲ ଷ୍ଟାଡିୟମରେ ଠାରେ ଏହି ଖେଳ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କୋଇଡ଼ା ବିଡ଼ିଓ ରଶ୍ମୀରେଖା ପାତ୍ର ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥି ଭାବେ ଟେନସା ସରପଞ୍ଚ ଅନୀତା ପୂର୍ତ୍ତି,ଟେନସା ଜିନ୍ଦଲ ଖଣିର ୟୁନିଟ ହେଡ କମଳା କାନ୍ତ ନନ୍ଦ, ଏଭିପି ଆରଏସ ରଘୁଂସି, ଲୋଜେଷ୍ଟିକ ମ୍ୟାନେଜର ଏସ .ପି ବିଶ୍ୱାଳ ଯୁବନେତା ଦୁର୍ଯ୍ୟୋଧନ ନାଏକ, ବଣାଇ ମଜଦୂର ସଂଘର ସାଧାରଣ ସମ୍ପାଦକ କୈଳାସ ପଣ୍ଡା, ସୁଦର୍ଶନ ପାତ୍ର, ଜିନ୍ଦଲ ପ୍ରଶାସନ ବିଭାଗର ଡି ଜି ଏମ ବିଜୟାନନ୍ଦ ସ୍ବାଇଁ, ଯଶୋବନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଟେନସା ଟିଆରବି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଟୁନାମେଣ୍ଟରେ ପାରିପାର୍ଶ୍ୱିକ ଅଞ୍ଚଳର ୧୮ଟିମ ଭାଗ ନେଇଥିଲେ। ୧୬ ବର୍ଷରୁ ଉର୍ଦ୍ଧ୍ୱ ଧରି ଏହି ଫୁଟବଲ ଟୁନାମେଣ୍ଟ ଖେଳ ହୋଇଆସୁଛି। ଉଦଘାଟନୀ ଫୁଟବଲ ମ୍ୟାଚ ଟେନସା ଜିନ୍ଦଲ ଓ ଆର.ଜି ସ୍ପୋର୍ଟିଂ ଟେନସା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୨-୦ ଗୋଲରେ ଟେନସା ଜିନ୍ଦଲ ବିଜୟ ହୋଇଥିଲା। ଏହି ଖେଳ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ରାଜେଶ ମିଶ୍ର ସମସ୍ତ ପରିଚାଳନା ଦାୟୁତରେ ଥିବାବେଳେ ପି. କେ ନାୟକ, ପ୍ରଶାସନ ବିଭାଗର ଅନୁପ କୁମାର, ରଞ୍ଜନ କୁମାର ନାୟକ, ପେରିଫେରିୟଲ ବିଭାଗ ରାଜେଶ କୁମାର ଲେଙ୍କା, ଖଣି ପରିଚାଳକ କେଶବାନନ୍ଦ ଘଡାଇ ପ୍ରମୁଖ ପରିଚାଳନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share