ବାଲେଶ୍ୱର ଅଫିସ, ୧୬।୪ : ବାଲେଶ୍ୱର ଏମ୍ସ ସାଟେଲାଇଟ ସେଣ୍ଟର ଶନିବାର ଲୋକାର୍ପିତ ହୋଇଯାଇଛି। ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ଓପିଡି ସ୍ବାସ୍ଥ୍ୟସେବା ମିଳିବ। ତେବେ ଡାକ୍ତରଙ୍କ ଅଭାବ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଡାକ୍ତରଙ୍କ ପଦବୀ ପୂରଣ ପରେ ସପ୍ତାହରେ ସାତ ଦିନ ରୋଗୀ ସେବା ଚାଲିବ। ଆଜି ତିନିଟି ବିଭାଗରେ ଓପିଡି ସେବା ଚାଲିଛି । ଖୁବଶୀଘ୍ର ସମସ୍ତ କାମ ଶେଷ ହେବ ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି ।