Categories: ଫୁରସତ

କେଶରେ ଖୋଲିଦେଲେ ବିୟର ବୋତଲ: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କିଛି ମହିଳା ନିଜ ଲମ୍ବା କେଶରେ ବିୟର ବୋତଲ ଖୋଲୁଥିବାର ନଜର ଆସିଛନ୍ତି। ଲୋକମାନେ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ, କିଛି ମହିଳା ଅସାଧାରଣ କାର୍ଯ୍ୟ କରୁଛନ୍ତି। ସେ ବିୟର ବୋତଲ ଚାରିପାଖରେ କେଶ ବିସ୍ତାର କରି ବୋତଲ ଖୋଲନ୍ତି। ଏହି କୀର୍ତ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ XEnezator ନାମକ ଜଣେ ୟୁଜର୍ସ ଏକ୍ସରେ ଶେୟାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ମିଲିୟନରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି।

Share