ଖୋଲିଲା ଅତିରିକ୍ତ ମଣ୍ଡି

ବନ୍ତ,୧୬।୧(ଡି.ଏନ.ଏ): ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ସେବା ସମବାୟ ସମିତିରେ ଚାଷୀମାନଙ୍କ ସୁବିଧା ପାଇଁ ପଧାନପଡ଼ା ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଏକ ଅତିରିକ୍ତ ଧାନ ମଣ୍ଡି ସୋମବାର ଖୋଲାଯାଇଛି। ଏହି ମଣ୍ଡି ଖୋଲାଯିବା ଫଳରେ ପଧାନପଡ଼ା ପଞ୍ଚାୟତ ସହ ବନ୍ତ ପଞ୍ଚାୟତର ଆଂଶିକ ଗ୍ରାମର ଚାଷୀମାନେ ଉପକୃତ ହେବେ ବୋଲି ସମିତି ପକ୍ଷରୁ କୁହାଯାଇଛି। ସମିତି ସଭାପତି ସେକ୍‌ କଦମଙ୍କ ତତ୍ତ୍ୱାବଧାନରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଚାଷୀ କମିଟି ସଭ୍ୟ ହରି ନାରାୟଣ ମହାନ୍ତି, ଅଜୟ ବେହେରା, ରାହୁଲ ଅମିନ୍‌ ସିଦ୍ଧିକ୍‌, ସେକ୍‌ ସବୀର ଅଲ୍ଲୀ, ପରିଚାଳନା ପରିଷଦ ସଭ୍ୟ ଉଚ୍ଛବ ଜେନା, ହରେକୃଷ୍ଣ ଜେନା, ବିରଞ୍ଚି ନାରାୟଣ ସାହୁ, ମନ୍‌ସୁର ଅଲ୍ଲୀ, ପ୍ରତାପ ମୁଦୁଲି, ପୂର୍ବତନ ସରପଞ୍ଚ ମୁସ୍ତାକ୍‌ ଅଲ୍ଲୀ ଖଁା, ସେକ୍‌ ଜଲାଲଉଦ୍ଦୀନ, ସେକ୍‌ ୟାକତ୍‌ ଅଲ୍ଲୀ, ଶରତ ଖିଲାର, ଚାଇଁପୁର ସମିତି ସଭାପତି ଅଜୟ ନାୟକ, ଚାଷୀ ସେକ୍‌ ଆକବର ଅଲ୍ଲୀ, ସୁଧାଂଶୁ ସେଠୀ, ମୀର ହାସିମ୍‌, ଇନ୍ଦ୍ରମଣି ସାହୁ, ଶତୃଘ୍ନ ପଣ୍ଡା, ସନ୍ଦୀପ ଖିଲାର, ଗୟାଧର ସେଠୀ, ସହସମ୍ପାଦକ ସେକ୍‌ ଗୋଲାମ, ଡିଇଓ ଅନିଲ ପାତ୍ର ଓ କର୍ମଚାରୀ ପରେଶ ନାୟକ ଉପସ୍ଥିତ ଥିଲେ।

Share