ଆନ୍ଦୋଳନ କରୁଥିବା ଅନ୍ନଦାତାଙ୍କ ପାଇଁ ଓପନ ଲାଇବ୍ରେରୀ-ଫ୍ରି ଲାଙ୍ଗୁଏଜ୍‌ କ୍ଲାସ୍‌

ନୂଆଦିଲ୍ଲୀ, ୨୦।୧: ଘାଜିପୁର ସୀମାରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଅନ୍ନଦାତାଙ୍କ ଅବସର ସମୟ ବିତାଇବା ଲାଗି ଏଠାରେ ଓପନ ଲାଇବ୍ରେରୀ ସହିତ ଫ୍ରି ଲାଙ୍ଗୁଏଜ୍‌ କ୍ଲାସ୍‌ ଆରମ୍ଭ କରାଯାଇଛି। ଆନ୍ଦୋଳନର ୫୫ ଦିନରେ ଏଠାରେ ଓପନ ଲାଇବ୍ରେରୀ ଖୋଲା ଯାଇଛି। ଅନ୍ନଦାତା ନିଜ ପସନ୍ଦର ପୁସ୍ତକ ଏଠାରୁ ନେଇ ପଢ଼ି ପାରିବେ ବୋଲି ଲାଇବ୍ରେରୀ ଆରମ୍ଭ କରିଥିବା ବଲବୀର୍‌ ସିଂ କହିଛନ୍ତି। ପାଠକମାନେ ବିଭିନ୍ନ ଭାଷାର ପୁସ୍ତକ ୪ ଦିନ ପାଇଁ ରଖିପାରୁଛନ୍ତି ବୋଲି ସେ କହିଛନ୍ତି। ସେହିପରି ଭାଷାର ବିକାଶ ପାଇଁ ଏଠାରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ପଞ୍ଜାବୀ ଭାଷା ଉପରେ ଫ୍ରି ଲାଙ୍ଗୁଏଜ୍‌ କ୍ଲାସ୍‌ ଅନୁଷ୍ଠିତ ହେଉଛି। ଏବେ ଓପନ ଲାଇବ୍ରେରୀର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share