Advertisement

ସଂକ୍ରମଣ ସତ୍ତ୍ୱେ ସ୍କୁଲ ଖୋଲୁ

ଓ୍ବାଶିଂଟନ,୨୬ା୭: ଆମେରିକାରେ କରୋନା ଭୟଙ୍କର ରୂପ ନେଇଥିବାବେଳେ ସ୍କୁଲ୍‌ ଖୋଲିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାହୁଁଛନ୍ତି। ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି। ସଂକ୍ରମଣ ସତ୍ତ୍ୱେ ପିଲାମାନେ ସ୍କୁଲ ଯିବା ଆବଶ୍ୟକ ବୋଲି ହ୍ବାଇଟ୍‌ ହାଉସ ପକ୍ଷରୁ କୁହାଯାଇଛି। କରୋନା ମହାମାରୀରେ ଆମେରିକାରେ ୧,୪୦,୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସ୍କୁଲ ଗଲେ ପିଲାମାନଙ୍କୁ କରୋନା ସଂକ୍ରମଣ ହୋଇପାରେ ବୋଲି ଶିକ୍ଷକ ଓ ଅଭିଭାବକମାନେ ଆଶଙ୍କା ପ୍ରକଟ କରୁଥିବାବେଳେ ଅଧିକ ଦିନ ସ୍କୁଲ ବନ୍ଦ କରାଯିବା ଉଚିତ ନୁହେଁ ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କେଲିଗ୍‌ ମାକେନାନି କହିଛନ୍ତି। ବୟସ୍କଙ୍କ ଭଳି ପିଲାମାନଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇ ନ ଥାଏ। ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କଠାରେ ସଂକ୍ରମଣ କମ୍‌ ହୋଇଥାଏ ବୋଲି ହ୍ବାଇଟ୍‌ ହାଉସ୍‌ର କରୋନା ଟାସ୍କଫୋର୍ସ ସଦସ୍ୟ ଡ. ଡେବୋରାହ୍‌ ବିର୍କ୍ସ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share