ଖୋଲୁନିି ‘ସହାୟତା’ ଆପ୍‌, ସିୟୁଜିକୁ ଯାଉନି କଲ୍‌

ଭୁବନେଶ୍ୱର,୨୮ା୧୧(ସତ୍ୟଜିତ୍‌ ରାଉତ):ନାଗରିକଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ବିଭିନ୍ନ ସରଳ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଉଛି। ବିଶେଷକରି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଯୋଜନା ପରେ ଯୋଜନା ହାତକୁ ନିଆଯାଉଛି। ଏହାକୁ ନେଇ କିଛି ଦିନ ପର୍ଯ୍ୟନ୍ତ ପୋଲିସ ଅଧିକାରୀମାନେ ତତ୍ପରତା ଦେଖାଇବା ସହ ବାହା ବାଃ ନେଉଛନ୍ତି। ହେଲେ ପରବର୍ତ୍ତୀ ସମୟରେ ଅଧିକାଂଶ ଯୋଜନା ଗୁରୁତ୍ୱହୀନ ହୋଇପଡୁଛି, ଯେଉଁଥିପାଇଁ ଏବେ ବହୁ ଯୋଜନା ଓ ଆପ୍‌ ଲୋକଙ୍କ ସେବାରେ ଆସୁନି। କ୍ରାଇମ୍‌ ଆଣ୍ଡ୍‌ କ୍ରିମିନାଲ୍‌ ଟ୍ରାକିଂ ନେଟ୍‌ୱର୍କ ଆଣ୍ଡ୍‌ ସିଷ୍ଟମ(ସିସିଟିଏନ୍‌ଏସ୍‌) ପ୍ରୋଜେକ୍ଟ ଅଧୀନରେ ଓଡ଼ିଶା ପୋଲିସ ପକ୍ଷରୁ ଏକ ମୋବାଇଲ ଆପ୍ଲିକେଶନ୍‌ ‘ସହାୟତା’ ରହିଛି। ରାଜ୍ୟ ଅପରାଧ ନଥି ସଂସ୍ଥା (ଏସ୍‌ସିଆର୍‌ବି) ପକ୍ଷରୁ ଏହି ଆପ୍‌କୁ ପ୍ରସ୍ତୁତ କରାଯାଇ ୨୦୧୮ ମାର୍ଚ୍ଚ ୧୪ରୁ ଲୋକଙ୍କ ସେବାର ଲଗାଯାଇଛି। ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଲୋକେ ଏହାକୁ ଡାଉନ୍‌ଲୋଡ୍‌ କରି ଘରେ ବସି ୧୮ଟି ସୁବିଧା ପାଇବାର ବ୍ୟବସ୍ଥା ରହିଛି। ହେଲେ ଏହି ଆପ୍‌ ଏବେ କାମ କରୁ ନ ଥିବା ଅଭିଯୋଗ ହୋଇଛି। ପୋଲିସ ବିଭାଗରେ ଏଭଳି ଅବ୍ୟବସ୍ଥାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପୋଲିସ ଷ୍ଟେଶନକୁ ନ ଯାଇ ଅଭିଯୋଗକାରୀ ‘ସହାୟତା’ ଆପ୍‌ ଜରିଆରେ ନିଜ ଏତଲା ଦେଇ ଏଫ୍‌ଆଇଆର୍‌ (ଫାର୍ଷ୍ଟ ଇନ୍‌ଫରମେଶନ୍‌ ରିପୋର୍ଟ)ର କପି ମଧ୍ୟ ଡାଉନ୍‌ଲୋଡ୍‌ କରିପାରିବେ। ସେହିଭଳି କ୍ୟାରେକ୍ଟର ସାର୍ଟିଫିକେଟ୍‌, ପଟ୍ଟା ଭେରିଫିକେଶନ୍‌, ଇଭେଣ୍ଟ୍‌ ପାଇଁ ଆବେଦନ, ଏମ୍ପ୍ଲଇ ଯାଞ୍ଚ୍‌ ଆଦି ଆବେଦନ କରିହେବ। ଏଥିସହ ପ୍ରଶେସନ୍‌, ବିକ୍ଷୋଭ ଓ ଧାରଣା ପାଇଁ ଆବେଦନ, ହଜିଯାଇଥିବା ଜିନିଷ ସଂକ୍ରାନ୍ତରେ ଅଭିଯୋଗ ପଞ୍ଜୀକରଣ, ନିଖୋଜ ଲୋକଙ୍କ ସମ୍ବନ୍ଧରେ ଏହି ଆପ୍‌ ଜରିଆରେ ରିପୋର୍ଟ ମଧ୍ୟ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଆପ୍‌ ଚାଲୁ ନ ଥିବାରୁ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରେ ଲୋକେ ନାନା ରିଭ୍ୟୁ/ମନ୍ତବ୍ୟ ଦେଇଛନ୍ତି। ଏହି ଆପ୍‌କୁ ଖୋଲିବା ପରେ ତାହାକୁ ଅପ୍‌ଡେଟ୍‌ କରିବାକୁ ଲେଖା ଆସୁଛି। ହେଲେ ଅପ୍‌ଡେଟ୍‌ କରିବା ପରେ ମଧ୍ୟ ସମାନ ସମସ୍ୟା ଦେଖାଉଛି। ଏନେଇ ଏସ୍‌ସିଆର୍‌ବି ନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଛନ୍ତି, ଏହା ଆଇଟି ସିଷ୍ଟମ୍‌ ହୋଇଥିବା ବେଳେ କେତେବେଳେ କେମିତି ଏଥିରେ ଅସୁବିଧା ହେଉଛି। ଏଥିପାଇଁ ହେଲ୍ପ ଡେସ୍କ ନମ୍ବର ରହିଛି ବୋଲି ସେ କହିଛନ୍ତି।
ସେହିଭଳି ରାଜ୍ୟର ଅଧିକାଂଶ ଥାନା ଅଧିକାରୀ ଓ ଏସ୍‌ଡିପିଓଙ୍କ ସିୟୁଜି (କ୍ଲୋଜ୍‌ଡ ୟୁଜର୍‌ ଗ୍ରୁପ୍‌) ନମ୍ବରକୁ ମଧ୍ୟ କଲ୍‌ ଯାଉନାହିଁ। ଅଧିକାରୀ ବଦଳିଲେ ମଧ୍ୟ ସମାନ ନମ୍ବରରେ ଲୋକେ ଯୋଗାଯୋଗ କରିବାର ବ୍ୟବସ୍ଥା ରହିଛି। ଏସବୁ ନମ୍ବର ଅକାମୀ ହୋଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସିୟୁଜି ନମ୍ବରକୁ କଲ୍‌ କଲେ ସୁଇଚ୍‌ ଅଫ୍‌ ଥିବା କହୁଛି। ସେହିଭଳି ଥାନାଗୁଡ଼ିକର ଅଧିକାଂଶ ଲ୍ୟାଣ୍ଡ୍‌ଲାଇନ୍‌ ନମ୍ବରକୁ ମଧ୍ୟ କଲ୍‌ ଯାଉ ନ ଥିବା ଜଣାପଡିଛି। ଏନେଇ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି, ଯୋଜନା ଉପରେ ଯୋଜନା ଚାଲିଛି। ହେଲେ ଏସବୁ ଯୋଜନାର କିଛି ସୁଫଳ ମିଳିପାରୁନାହିଁ। କିଛି ସାଧାରଣ ଲୋକ ଏବଂ ମୁଁ ମଧ୍ୟ ସହାୟତା ଆପ୍‌ ଜରିଆରେ ସୁବିଧା ପାଇବାକୁ ଯାଇ ବିଫଳ ହୋଇଛୁ। ଯେଉଁ ଯୋଜନା ପୋଲିସ କରୁଛି ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri