ଆଇ ଟେଷ୍ଟ ବଦଳରେ ଓପନଏଆଇ ଦେଉଛି କ୍ରିପ୍ଟୋକରେନ୍ସି, ଭାରତ ସମେତ ଅନେକ ଦେଶରେ ଆରମ୍ଭ ହେଲା ଏହି ପ୍ରୋଜେକ୍ଟ

ନ୍ୟୁୟର୍କ,୨୬।୭: ବର୍ତ୍ତମାନ ବିଶ୍ୱର ବହୁ ସଂଖ୍ୟକ ଲୋକ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହ ଦେଖାଉଛନ୍ତି। ଇଣ୍ଟରନେଟରେ ଲୋକଙ୍କ ବଢୁଥିବା ନିର୍ଭରଶୀଳତାକୁ ଦେଖି ଡାର୍କ ୱେବ ଏବଂ ଡାର୍କ ନେଟ୍‌ ମଧ୍ୟ ବିଭିନ୍ନ ଉପାୟରେ ଲୁଟିବାକୁ ଲାଗିଛି।

ଅନେକ କମ୍ପାନୀ କ୍ରିପ୍ଟୋକରେନ୍ସି କିଣିବା ପାଇଁ ଭଲ ଅଫର୍‌ ମଧ୍ୟ ପ୍ରଦାନ କରନ୍ତି। ଏହି ସମୟରେ ଚାଟ ଜିପି ଡେଭଲପର୍‌ ଓପନଏଆଇ, ୱାଲର୍‌ଡ କଏନ କମ୍ପାନୀ ଭାରତ, ବ୍ରିଟେନ ଏବଂ ଜାପାନ ସମେତ ଅନେକ ଦେଶରେ ଏକ ଆକର୍ଷଣୀୟ ଯୋଜନା ଆରମ୍ଭ କରିଛନ୍ତି। କମ୍ପାନୀ ଲୋକଙ୍କ ଆଖି ପିତୁଳାକୁ ଟେଷ୍ଟ କରୁଛି। ଏବଂ ଏହାର ପ୍ରତିବଦଳରେ ସେମାନଙ୍କୁ ଡିଜିଟାଲ ଆଇଡି ଏବଂ ମାଗଣା କ୍ରିପ୍ଟୋକରେନ୍ସି ପ୍ରଦାନ କରୁଛି।

ଓପନଏଆଇର ସିଇଓ ସାମ ଅଲ୍ଟମ୍ୟାନ ଏନେଇ କହିଛନ୍ତି, ଏହି ପ୍ରୋଜେକ୍ଟ ମାଧ୍ୟମରେ ନୂତନ ପରିଚୟ ଏବଂ ଆର୍ଥିକ ନେଟୱାର୍କ ସୃଷ୍ଟି କରିବା ଆମର ଲକ୍ଷ୍ୟ। ଏଥିସହ ଡିଜିଟାଲ ଆଇଡି ବ୍ୟବହାରକାରୀ ପ୍ରମାଣ କରିପାରିବେ ସେମାନେ ମଣିଷ, ରୋବଟ୍‌ ନୁହଁନ୍ତି।

Share