ଜି. ଉଦୟଗିରି,୮।୧(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଶୁକ୍ରବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି। ଜି. ଉଦୟଗିରି ମହିଳା ମହାବିଦ୍ୟାଳୟରେ ମଧ୍ୟ ଆଜିଠାରୁ ପାଠପଢା ଆରମ୍ଭ ହୋଇଛି। ଛାତ୍ରୀମାନେ କୋଭିଡ ନିୟମ ମାନି ସାମାଜିକ ଦୂରତ୍ୱ ରକ୍ଷା କରି କଲେଜକୁ ଆସିଛନ୍ତି। ସେମାନେ ପ୍ରଥମେ ହାତ ସାନିଟାଇଜ କରି ମାସ୍କ ପିନ୍ଧି ଶ୍ରେଣୀ ଗୃହକୁ ପ୍ରବେଶ କରିଛନ୍ତି। କଲେଜକୁ ପୂର୍ବରୁ ସାନିଟାଇଜ କରାଯାଇଥିଲା ବୋଲି ଅଧ୍ୟକ୍ଷ ଶିବରମ ସାହୁ କହିଛନ୍ତି । ପିଲାଙ୍କ ମଧ୍ୟରେ ବିଭିନ୍ନ ଗ୍ରୁପ କରି କମପିଲାଙ୍କୁ ପାଠପଢା ଯାଉଛି ବୋଲି ସେ କହିଥିଲେ।