ସୋରଡା,୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡା ଏନ୍ଏସି ପକ୍ଷରୁ ସୋମବାର ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର ଏବଂ ପ୍ରକ୍ରିୟାକରଣ ପାଇଁ ଏକ ଯୋଗାଯୋଗ କେନ୍ଦ୍ର ସୋରଡା ଥାନା ନିକଟରେ ଶୁଭାରମ୍ଭ କରାଯାଇଛି। ସହରବାସୀ ନିଜ ଅବ୍ୟବହୃତ୍ ପୋଷାକ, ବହି, ପ୍ଲାଷ୍ଟିକ ସାମଗ୍ରୀ ଆଦି କେନ୍ଦ୍ରକୁ ଦେଇପାରିବେ। ଏହା ଦ୍ୱାରା ଅସହାୟ ବ୍ୟକ୍ତି କିମ୍ବା ଛାତ୍ରୀଛାତ୍ରଙ୍କୁ ମିଳିଥିବା ବହି ପ୍ରଦାନ କରାଯିବ ସହ ପୋଷାକ ଆଦି ଅସହାୟ ଲୋକଙ୍କୁ ପ୍ରଦାନ କରାଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପରି କି ପ୍ଲାଷ୍ଟିକ ସାମଗ୍ରୀର ପୁନଃ ପ୍ରକ୍ରିୟାକରଣ କରାଯିବ ବୋଲି ଅବଗତ କରାଯାଇଛି। କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଭାଗ୍ୟଲତା ଡାକୁଆ ଯୋଗଦେଇ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏଥିରେ ବିଭିନ୍ନ ଓ୍ବାର୍ଡର କାଉନସିଲର ଯୋଗ ଦେଇଥିଲେ। ମୁକ୍ତା ସଂଯୋଜକ ଯତୀନ୍ଦ୍ର ତ୍ରିପାଠୀ, ମୁକେଶ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଏନ୍ଏସି ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ ସଫେଇ କର୍ମଚାରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।