Posted inଫୁରସତ

ପାଟିରେ ସାପ ରଖି ମୃତ ଯୁବକଙ୍କୁ ଝାଡ଼ିଲେ ତାନ୍ତ୍ରିକ

ଲକ୍ଷ୍ନୌ, ୧୪।୯: ଉତ୍ତର ପ୍ରଦେଶ ଗୋଣ୍ଡା ଜିଲା କୋତଓ୍ବାଲି ଅଞ୍ଚଳରୁ ଅନ୍ଧବିଶ୍ୱାସର ଏକ ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ରାତିରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ଭାଇ-ଭଉଣୀକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହାପରେ ପରିବାର ଲୋକ ଶୀଘ୍ର ଉଭୟଙ୍କୁ ହସ୍ପିଟାଲ ନେଇଯାଇଥିଲେ। ଯେଉଁଠାରେ ଡାକ୍ତର ଭାଇକୁ ମୃତ ଘୋଷଣା କରିଥିଲେ। ପରିବାର ଲୋକ ଏହାପରେ ମୃତ ଯୁବକର ଶବ ଧରି ଅନ୍ତିମ ସଂସ୍କାର ପାଇଁ ଗ୍ରାମକୁ ଆସିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତନ୍ତ୍ର ବଳରେ ମୃତ ଯୁବକଙ୍କୁ ପୁନର୍ଜୀବିତ କରିଦେବେ ବୋଲି ଦାବି କରିଥିଲେ। ନିଜକୁ ତାନ୍ତ୍ରିକ ବୋଲି ଦାବି କରିଥିବା ସେହି ବ୍ୟକ୍ତିର କଥା ଅନୁସାରେ ମୃତ ଯୁବକର ଶବକୁ ଗ୍ରାମ ବାହାରକୁ ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ମନ୍ତ୍ର ତନ୍ତ୍ରର ଖେଳ। ତନ୍ତ୍ର କରୁଥିବା ବ୍ୟକ୍ତି ମୃତ ଯୁବକଙ୍କ ପାଟିରେ ଏକ ଜୀବନ୍ତ ସାପ ରଖି କାନରେ ଫୁଙ୍କିବାକୁ ଲାଗିଥିଲେ। ଅନ୍ଧବିଶ୍ୱାସର ଏହି ଖେଳ ୩ ଘଣ୍ଟା ଚାଲିଥିବାବେଳେ ଶହ ଶହ ସଂଖ୍ୟାରେ ଲୋକ ଏହାକୁ ଦେଖୁଥିଲେ। ଶେଷରେ କୌଣସି ସୁଫଳ ମିଳି ନ ଥିଲା। ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଯୁବକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲିସବନରେ ସମ୍ମାନୀତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲିସବନ,୮।୪: ଲିସବନ ମେୟର କାର୍ଲୋସ ମୋଡାସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ସିଟି କି ଅଫ ଅନର’ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆୟୋଜିତ...

ଭୟଙ୍କର ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ଏଥର କହିଲେ ମଣିଷକୁ ପୃଥିବୀ ଛାଡିବାକୁ ପଡ଼ିବ

ନର୍ଥ ମାସିଡୋନିଆ: ବୁଲଗେରିଆର ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗାଙ୍କର ପ୍ରକୃତ ନାମ ଥିଲା ଭେଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା। ତାଙ୍କର ଜନ୍ମ ୧୯୧୧ ମସିହାରେ ହୋଇଥିଲା। ସେ ତାଙ୍କ...

ମୁଣ୍ଡରେ ଆଘାତ ଲାଗିବା ପରେ ଅବସର ନେଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍, ୨୭ ବର୍ଷ ବୟସରେ ନିଯୁକ୍ତ ହେଲେ ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ, ୮ା୪: ଆଘାତଜନିତ ସଂଘର୍ଷ ଦ୍ୱାରା ଭାଙ୍ଗିଯାଇଥିବା କ୍ୟାରିଅର ପରେ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ ୱିଲ୍ ପୁକୋଭସ୍କି ମଙ୍ଗଳବାର କ୍ରିକେଟରୁ ତାଙ୍କର ଅବସର ନିଶ୍ଚିତ କରିଛନ୍ତି। ସେ...

ଏଇ ଭାରତରେ

କମ୍‌ ବୟସରେ ସ୍ବାମୀଙ୍କୁ ହରାଇବା ପରେ ଧୈର୍ଯ୍ୟହରା ନ ହୋଇ ଜଣେ ଜୀବନରେ କିଭଳି ସଶକ୍ତ ହୋଇପାରନ୍ତି ତାହାର ବଳିଷ୍ଠ ଦୃଷ୍ଟାନ୍ତ ହେଉଛନ୍ତି ଗୁଣ୍ଟର ନିବାସୀ...

ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଖୋଲାଯିବ ; ଯେଉଁଠି ୫ ରୁ ୬ ବର୍ଷ ବୟସର...

ତିନି ଲଫାପା ଉପାଖ୍ୟାନ

ସାଧାରଣତଃ ବିଭିନ୍ନ କଲେଜସ୍ତରରେ ନେତୃତ୍ୱ ନେଉଥିବା ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ରାଜନେତାମାନେ ଆସିଥାନ୍ତି। ତାହା ବ୍ୟତୀତ ସମାଜରେ କିଛି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ପିଲାମାନେ ହେଉ ବା ପ୍ରକୃତ...

ଇଣ୍ଡିଗୋ ବିମାନକୁ ବୋମୋରେ ଉଡାଇ ଦେବାକୁ ଧମକ, ବାଥରୁମରୁ ମିଳିଥିବା ଚିଠିକୁ ନେଇ…

ନୂଆଦିଲ୍ଲୀ,୮।୪: ସୋମବାର ରାତିରେ ଜୟପୁରରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ମୁମ୍ବାଇ ବିମାନବନ୍ଦରରେ ଉତ୍ତେଜନା ପ୍ରକାଶ...

ଶ୍ରୀକ୍ଷେତ୍ରରେ ଧୁମ୍‌ଧାମ୍‌ରେ ଚାଲିଛି ସାହିଯାତ: ମନମୋହୁଛି ସମରକଳା

ପୁରୀ, ୮ା୪(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ସାହିଯାତ ଧୁମ୍‌ଧାମ୍‌ରେ ଚାଲିଛି। ପ୍ରଥମ ଦିବସ ରବିବାର କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମ ଜନ୍ମନୀତି ପ୍ରସ୍ତାବ ଆଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image