ନୂଆଦିଲ୍ଲୀ, ୨୯।୧: ଭାରତୀୟ କ୍ରିକେଟ ଟିମ୍ର ନୂଆ ‘ଓ୍ବାଲ୍’ କୁହାଯାଉଥିବା ଚେତେଶ୍ୱର ପୂଜାରା ଦୁଇ ପ୍ରମୁଖ ସାଥୀ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଶୁଭମନ ଗିଲ ଏବଂ ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ସ୍ବାଭାବିକ ଖେଳ ଖେଳିବାକୁ ବାଟ କଡ଼ାଇନେଇଥିଲା। ଉଭୟଙ୍କ ସହ ଖେଳିବାକୁ ମଜାଲାଗେ। ଦ୍ୱିତୀୟ ସାଥୀ ବୋଲର୍ ଆକ୍ରମକ ଢ଼ଙ୍ଗରେ ଖେଳିଲେ ନିଜର ଖେଳ ମଧ୍ୟ ଅନୁରୂପ ଭାବେ ସ୍ବାଭାବିକ ହୋଇଥାଏ ବୋଲି ସେ କହିଛନ୍ତି।
ଏହାଛଡ଼ା ସେ ମହାନ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବ ଭାରତୀୟ ଅଧିନାୟକ ବିରେନ୍ଦ୍ର ସେହଓ୍ବାଗଙ୍କ ସହ ବ୍ୟାଟିଂକୁ ମନେ ପକାଇଛନ୍ତି। ମୁଁ ତାଙ୍କ ସହ ବ୍ୟାଟିଂ କରିଛି। ସେ ଚମତ୍କାର ବ୍ୟାଟିଂ କରି ବିରୋଧି ଟିମ୍ ବୋଲର୍ଙ୍କ ଉପରେ ଚାପ ପକାଇଥାନ୍ତି। ଏହା ଭଲ ଭାଗିଦାରୀ ନିମନ୍ତେ ବାଟ କଡ଼ାଇ ଥାଏ ବୋଲି ସେ କହିଛନ୍ତି।