Advertisement

ଖୋଲିନି ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର

ଲାଠୋର,୧୯ା୧୧(ଭୁବନେଶ୍ୱର ବାରିକ)ସରକାରୀ ନିୟମ ଅନୁସାରେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଶ୍ରମିକ ପରିବାରର ୬ରୁ ୧୪ ବର୍ଷର ଶିଶୁଙ୍କ ପାଇଁ ପ୍ରତିବର୍ଷ ନଭେମ୍ବର ୧୫ ତାରିଖରେ ଦାଦନ ପ୍ରବଣ ଅଞ୍ଚଳରେ ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର ଖୋଲିଥାଏ। ମେ ୧୫ ଯାଏ ଏହି କେନ୍ଦ୍ର ଚାଲୁ ରହିଥାଏ। ହେଲେ ଚଳିତ ବର୍ଷ ଏ ଯାଏ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଅଞ୍ଚଳରେ ଏହି କେନ୍ଦ୍ର ଖୋଲିନାହିଁ। ଏଥିଯୋଗୁ ଅନେକ ଦାଦନ ଶ୍ରମିକ ପରିବାର ତାଙ୍କ ପିଲାଙ୍କୁ ସାଙ୍ଗରେ ନେଇ ଦାଦନ ଖଟିବାକୁ ଯାଇଥିବା ଅଭିଯୋଗ ହେଉଛି। ଲାଠୋର ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରମିକ ପରିବାର ସେମାନଙ୍କ ପିଲାଙ୍କୁ ଧରି ବାହାର ରାଜ୍ୟକୁ ଦାଦନ ଖଟବାକୁ ଯାଇଥାନ୍ତି। ଏହାକୁ ଆଖିଆଗରେ ରଖି ଦାଦନ ପରିବାରର ପିଲାଙ୍କ ପାଇଁ ସାନଗୁର୍ଜିଭଟା, ମସିଣା, ଚୋରମୁଣ୍ଡା, ପତ୍ରାପାଲି, ସୁନାମୁଦି, ଚାଉଲଡ଼ିଆ, ପିପଲବାହାଲ ଏବଂ ଭରୁଆମୁଣ୍ଡା ଗ୍ରାମର ବିଦ୍ୟାଳୟ ମାନଙ୍କରେ ଜିଲା ପ୍ରଶାସନ ଋତୁକାଳୀନ ଆବାସିକ ପ୍ରଯନତ୍ କେନ୍ଦ୍ର ଖୋଲିଥିଲେ। ସେଠାରେ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ରଖି ପାଠପଢା ଯାଏ। ଏଥିସହ ୬ମାସର ଖାଦ୍ୟପେୟ ବାବଦକୁ ମୁଣ୍ଡପିଛା ୧୦ହଜାର ଟଙ୍କା ଲେଖାଏ ସରକାର ପ୍ରଦାନ କରିଥାନ୍ତି। ହେଲେ ବିଭାଗୀୟ ଅବହେଳା ହେତୁ ପ୍ରତିବର୍ଷ କେନ୍ଦ୍ରମାନଙ୍କୁ ଟଙ୍କା ପ୍ରଦାନ କରାଯାଉନାହଁି। ଗତ ୨୦୧୪-୧୫,୨୦୧୮-୧୯ ଏବଂ ୨୦୨୨-୨୩ ଆର୍ଥିକ ବର୍ଷର ୫୦ ପ୍ରତିଶତ ଟଙ୍କା ଆଜି ଯାଏ କେନ୍ଦ୍ରମାନଙ୍କୁ ଦିଆଯାଇ ନଥିବା ଜଣାପଡିଛି। ଫଳରେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନେ ଟଙ୍କା ମାଗି ଥକି ଗଲା ପରେ ଏବେ ଆଉ ଛାତ୍ରାବାସ ଖୋଲିବାକୁ ରାଜି ହେଉ ନାହାନ୍ତି। ଗତ ଅକ୍ଟୋବର ୧୦ତାରିଖରେ ଲାଠୋର ଗ୍ରାମରେ ଜିଲା ପ୍ରଶାସନ ପକ୍ଷରୁ ଦାଦନ ଶ୍ରମିକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଜିଲାପାଳଙ୍କ ସହ ଜିଲା ଶିକ୍ଷା ଅଧିକାରୀ ଯୋଗଦେଇ ଖୁବଶୀଘ୍ର ଲାଠୋର ଅଞ୍ଚଳରେ ଋତୁକାଳୀନ ଆବାସିକ ପ୍ରଯନତ୍ କେନ୍ଦ୍ର ଖୋଲାଯିବ ବୋଲି କହିଥିଲେ। ହେଲେ ଆଜି ଯାଏ କେନ୍ଦ୍ର ଖୋଲିନାହଁି। ଏନେଇ ଜିଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କୁ ପଚାରିବାରୁ ଯେଉଁ ବିଦ୍ୟାଳୟ ମାନ ପ୍ରସ୍ତାବ ଦେଇଛନ୍ତି ତାଙ୍କୁ ଅଗ୍ରୀମ ଟଙ୍କା ଦିଆ ସରିଲାଣି ବୋଲି କହିଥିଲେ। ହେଲେ ଲାଠୋର ଅଞ୍ଚଳର ସମ୍ପୃକ୍ତ ବିଦ୍ୟାଳୟମାନ ପୁରୁଣା ଟଙ୍କା ପ୍ରଦାନ କରା ନଯିବା ଯାଏ ନୂତନ ପ୍ରସ୍ତାବ ଦିଆଯିବ ନାହଁି ବୋଲି କହୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ଋତୁକାଳୀନ ଆବାସିକ ପ୍ରଯନତ୍ କେନ୍ଦ୍ର ଖୋଲିବାକୁ ସାଧାରଣରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share