ଖୋଲାଖୋଲି ଅପେରା ପ୍ରଦର୍ଶନ: ତେଜିଲା ଅସନ୍ତୋଷ

ବରଗଡ଼/ଭେଡ଼େନ,୮।୯(ପ୍ରେମାନନ୍ଦ ଖମାରୀ/ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନଖୁଣ୍ଟୁଲିପାଲିରେ ଅପେରା(ଯାତ୍ରାପାର୍ଟି) ପୋଷ୍ଟର ଚିରା ଏବଂ ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି । ପୋଷ୍ଟର ଚିରା ଘଟଣାରେ ଗିରଫ ହୋଇ କୋଶଲ ସେନାର ଦୁଇ କର୍ମୀ ବରଗଡ଼ ସବ୍‌ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ଅନ୍ୟପଟେ ମିଥ୍ୟା ଅଭିଯୋଗରେ ପୋଲିସ ସଙ୍ଗୀନ ଦଫା ଲଗାଇ ସେମାନଙ୍କୁ ଗିରଫ କରିଥିବା ଏବଂ କୋଶଲ ସଂଗ୍ରାମୀଙ୍କୁ ମରଣାନ୍ତକ ଆକ୍ରମଣ ହେବା ସତ୍ତ୍ବେ ପୋଲିସ ମାମଲା ରୁଜୁ ନ କରିବା ପ୍ରତିବାଦରେ କୋଶଲ ସେନା ଆହ୍ବାନରେ ବରଗଡ଼ ଏସ୍‌ପି ଅଫିସ ଆଗରେ ବିଭିନ୍ନ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା। ଏହାସତ୍ତ୍ବେ ଖୁଣ୍ଟୁଲିପାଲି ସରକାରୀ ଜମି ଉପରେ ଟେଣ୍ଟ ପକାଇ ଗତ ୫ତାରିଖରୁ ରାତିରେ ଟିକେଟ୍‌ ଅପେରା ପ୍ରଦର୍ଶନ ଏବଂ ସେଥିପ୍ରତି ପୋଲିସ, ପ୍ରଶାସନ ନୀରବ ଦର୍ଶକ ସାଜିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

କେବଳ ସେତିକି ନୁହେଁ, ଅପେରା ପ୍ରଦର୍ଶନ ପାଇ ଅନୁମତି ଦିଆଯାଇ ନାହିଁ ବୋଲି ପ୍ରଶାସନିକ ଅଧିକାରୀମାନେ କହୁଥିବା ବେଳେ ରାତିରେ ଅପେରାସ୍ଥଳୀରେ ପୋଲିସ ସୁରକ୍ଷାକୁ ନେଇ ଅପେରା ବିରୋଧରେ ଦୀର୍ଘ ଦିନରୁ କୁହୁଳୁ ଥିବା ଅସନ୍ତୋଷ ଆଉ ଏକ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି କ୍ରମରେ କୋଶଲ ସେନାର ବିରବଲ ମହାକୁଡ଼ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲାପାଳ ଲଲାଟ କୁମାର ଲୁହାଙ୍କୁ ଭେଟି ଘଟଣାର ଦୃଷ୍ଟି ଆକର୍ଷଣ କରିବା ସହିତ ବିହିତ କାର୍ଯାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି।

ସେହିପରି ବରଗଡ଼ ଜିଲା ଓକିଲ ସଂଘ, ବରଗଡ଼ ସାମ୍ବାଦିକ ସଂଘ ସମେତ ବିଭିନ୍ନ ସଂଗଠନକୁ ଭେଟି ପୋଲିସ, ପ୍ରଶାସନର ଜ୍ଞାତସାରରେ ଜିଲାରେ ହେଉଥିବା ଟିକେଟ୍‌ ଅପେରା ପ୍ରଦର୍ଶନ ବନ୍ଦ ଦାବିରେ ସହଯୋଗ କରିବାକୁ କୋଶଲ ସେନା ଅନୁରୋଧ କରିଛି। ଏହି ସମ୍ପର୍କରେ ଭେଡ଼େନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡାଙ୍କୁ ପଚାରିବରୁ ଅପେରା ପ୍ରଦର୍ଶନ ଅନୁମତି ସମ୍ପର୍କୀତ କୌଣସି ଚିଠି ସେ ଦେଇ ନ ଥିବା କିମ୍ବା ତାଙ୍କୁ ଚିଠି ମିଳି ନ ଥିବା କହିଛନ୍ତି। ସେହିପରି ଭେଡ଼େନ ଥାନା ଆଇଆଇସି ପ୍ରେମଜିତ୍‌ ଦାଶ କହିଛନ୍ତି, ଅପେରା ପ୍ରଦର୍ଶନ ପାଇଁ ତାଙ୍କ ପାଖରେ କିଛି ଅର୍ଡ଼ର ନାହିଁ । କିନ୍ତୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ପୋଲିସ ମୁତୟନ ରହିଥିବା ସେ କହିଛନ୍ତି।

ଅପରପକ୍ଷେ କୋଶଲ ସେନା ସମେତ ଜିଲାର ବିଭିନ୍ନ ସଂଗଠନର ବିରୋଧ ସତ୍ତ୍ବେ ପୋଲିସ ଉପସ୍ଥିତିରେ ଜିଲାରେ ଟିକେଟ୍‌ ଅପେରା ପ୍ରଦର୍ଶନ ହେବା ଜିଲା ପୋଲିସ, ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି ବୋଲି ସାଧାରଣରେ ଆଲୋଚିତ ହେଉଛି। ଟିକେଟ୍‌ ଅପେରା ଯୋଗୁ ଘୁଡ଼ୁଘୁଡ଼ୁ ପଟି, ଜୁଆଖେଳ, ଚୋରି, ଡକାୟତି ଭଳି ଅପରାଧ ବୃଦ୍ଧି ପାଇବା ଏବଂ ସେତେବେଳେ ଚାଷୀ ଆତ୍ମହତ୍ୟା ଘଟଣା ଘଟିବାରୁ ଗତ ୨୦୦୫ରୁ ବରଗଡ଼ ଜିଲାରେ ଟିକେଟ୍‌ ଅପେରା ପ୍ରଦର୍ଶନ ନେଇ ଜିଲା ପ୍ରଶାସନ କଟକଣା ଲାଗୁ କରିଥିଲା। ସେହିବର୍ଷରୁ ଜିଲାରେ ଟିକେଟ୍‌ ଅପେରା ବନ୍ଦ ରହିଥିବା ବେଳେ ବିଭିନ୍ନ ସମୟରେ ଜିଲାର କାଁ ଭାଁ କେଉଁଠି ଟିକେଟ୍‌ ଅପେରା ପ୍ରଦର୍ଶନ ହେବା ଜଣାପଡ଼ିବା ପରେ ସଚେତନ ନାଗରିକମାନେ ତାକୁ ବିରୋଧ କରି ଆସୁଛନ୍ତି।

ଏପରିକି ଜିଲା ଓକିଲ ସଂଘ ମଧ୍ୟ ଜିଲାରେ ଟିକେଟ୍‌ ଅପେରା ପ୍ରଦର୍ଶନ ପାଇଁ ଅନୁମତି ନ ଦେବାକୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସିଛି । ସେହିପରି ରାତି ୧୦ଟା ପରେ ଅପେରା ପ୍ରଦର୍ଶନ ନ କରିବା ତଥା ଏହାକୁ ଅବମାନନା କଲେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଏକ ରାୟରେ ହାଇକୋର୍ଟ ଆଦେଶ କରିଛନ୍ତି। ତେବେ ହାଇକୋର୍ଟଙ୍କ ଏଭଳି ରାୟ ତଥା ଖୁଣ୍ଟୁଲିପାଲିରେ ଅପେରା ପ୍ରଦର୍ଶନ ନ ହେଉଣୁ ତାକୁ ନେଇ ତୁମୁଳକାଣ୍ଡ ଘଟିଥିବା ସତ୍ତ୍ବେ ସେଠାରେ ଖୋଲାଖୋଲି ଅପେରା ପ୍ରଦର୍ଶନ ହେବା ଏବେ ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ରାଜନୈତିକ ଚାପରେ ପୋଲିସ, ପ୍ରଶାସନ ନିଜେ ଆଇନ ଭାଙ୍ଗୁଛନ୍ତି ଏବଂ ଆଗାମୀ ଦିନରେ ଏହାର ଉଚିତ୍‌ ଜବାବ୍‌ ଦିଆଯିବ ବୋଲି କୋଶଲ ସେନାର କୋଶଲ ସଂଗ୍ରାମୀ ମହାକୁଡ଼ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image