ଚାଇନାର ଜଣେ ଜଣାଶୁଣା ଅପେରା ଗାୟକ ଲୁୟୁ କିକିଙ୍ଗ। ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ୬୩ ବର୍ଷୀୟ ଲୁୟୁଙ୍କ ଫଟୋକୁ ବାରମ୍ବାର କାଟି ଦିଆଯାଉଛି। କାରଣ ସେ ଦେଖିବାକୁ ଅବିକଳ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପରି। ଏଥିପାଇଁ ଟିକ୍ଟକ୍ରେ ମଧ୍ୟ ତାଙ୍କୁ ବହୁବାର ବ୍ଲକ କରାଯାଇଛି। ଇମେଜ ଭାଉଲେଶନ ପାଇଁ ସୋସିଆଲ ମିଡିଆ ତାଙ୍କୁ କାଟି ଦେଉଥିବା ସେ ଅଭିଯୋଗ କରିଛନ୍ତି। ଲୁୟୁ ଲେଖିଛନ୍ତି , ମୋ’ ପ୍ରୋଫାଇଲ ଫଟୋ ନିୟମ ଉଲ୍ଲଂଘନ କରୁଥିବାରୁ ମତେ ବାରମ୍ବାର କାଟିଦିଆାଯାଉଛି। ଆହୁରି ମଧ୍ୟ ସେ ଲେଖିଛନ୍ତି, ମୁଁ ମୋର ଆଇଡି ପୁଣି ଥରେ ଅପ୍ଲୋଡ୍ କରିଛି ଏବଂ ଅନୁମୋଦନକୁ ଅପେକ୍ଷା କରିଛି। ପ୍ରତିଛବି ଉଲ୍ଲଂଘନ ପାଇଁ ଏହା ମୋ ଆକାଉଣ୍ଟକୁ ତୃତୀୟ ଥର ପାଇଁ ବାରଣ କରାଯାଇଛି।
ଜର୍ମାନର ବର୍ଲିନରେ ରହୁଥିବା ଗାୟକ ଲିୟୁ ସୋସିଆଲ ମିଡିଆରେ ୨୦୧୯ରେ ନିଜର ଗୀତ ପୋଷ୍ଟ କରିଥିଲେ। ଏଥିରେ ତାଙ୍କର ୪୧ ହଜାର ଫଲୋଅର୍ସ ରହିଛନ୍ତି। ଏହି ଭିଡିଓଗୁଡିକରେ ଲୁୟୁ ଅଭିନୟ କରୁଛନ୍ତି। ଏଥିରେ ସେ ଅବିକଳ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପରି ଦେଖାଯାଉଥିବା ବାରିହୋଇପଡ଼ୁଛି।