Categories: ଜାତୀୟ

ଅପରେଶନ ଏୟାର ଲିପ୍ଟ: ଭାରତୀୟଙ୍କୁ ଆଣିବାକୁ ରୋମାନିୟା, ହଙ୍ଗେରୀ ଯିବାକୁ ପ୍ରସ୍ତୁତ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୨୬ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବିବାଦ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ଆଣିବାକୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଶନିବାର ରୋମାନିୟା ଓ ହଙ୍ଗେରି ଅଭିମୁଖେ ଯାତ୍ରା କରିବ । ହଙ୍ଗେରି ଓ ରୋମାନିୟା ୟୁକ୍ରେନସୀମାକୁ ଲାଗି ରହିଥିବା ବେଳେ ଅଧିକାଂଶ ଭାରତୀୟ ଏବେ ରୋମାନିୟା ଓ ହଙ୍ଗେରିରେ ପହଞ୍ଚିଛନ୍ତି । ତେଣୁ ଏବେ ସେଠାରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯାତ୍ରା କରିବ । ଅନ୍ୟପଟେ ରୋମାନିୟାରୁ ପ୍ରଥମ ବିମାନ ଭାରତ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା କି ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ପୋଲାଣ୍ଡ ହଙ୍ଗେରୀ ବାଟ ଦେଇ ଭାରତ ଫେରାଇ ଅଣାଯିବ । ପ୍ରଥମେ ୪୭୦ ଜଣ ଭାରତୀୟ୍‌ଙ୍କୁ ସ୍ୱଦେଶ ଫେରାଇ ଅଣାଯିବ ।
ସୂଚନାଯୋଗ୍ୟ, ଶନିବାର ବିଶେଷ ସରକାରୀ ଚାର୍ଟର ବିମାନ ଦିଲ୍ଲୀ ଓ ମୁମ୍ବାଇରୁ ବୁଖାରେଷ୍ଟ(ରୋମାନିୟା) ଓ ବୁଦାପେଷ୍ଟ(ହଙ୍ଗେରୀ) ଅଭିମୁଖେ ୨ଟି ବିମାନ ଯାତ୍ରା କରିବ ।

Share