Categories: ଜାତୀୟ

‘ଅପରେଶନ ଅଜୟ’ ଅଧୀନରେ ଇସ୍ରାଏଲରୁ ଆସିଲେ ୨୮୬ ନାଗରିକ

ନୂଆଦିଲ୍ଲୀ,୧୮।୧୦: ପାଲେଷ୍ଟାଇନର ଚରମପନ୍ଥୀ ସଂଗଠନ ହମାସର ଭୟଙ୍କର ଆକ୍ରମଣ ପରେ ୨୮୬ଜଣ ସାଧାରଣ ନାଗରିକଙ୍କୁ ଇସ୍ରାଏଲର ଯୁଦ୍ଧ ପରିବେଶରୁ ବାହାର କରି ଭାରତ ସରକାରଙ୍କ ‘ଅପରେଶନ ଅଜୟ’ ଅଧୀନରେ ନୂଆଦିଲ୍ଲୀକୁ ଅଣାଯାଇଛି। ଏଥିରେ ନେପାଳର ୧୮ ଜଣ ନାଗରିକ ମଧ୍ୟ ଅଛନ୍ତି।

ସୂଚନା ଏବଂ ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏଲ ମୁରୁଗାନ ବିମାନବନ୍ଦରରେ ଏହି ସମସ୍ତ ନାଗରିକଙ୍କୁ ସ୍ବାଗତ କରିଛନ୍ତି। ଅପରେଶନର ଅଧୀନରେ ସମସ୍ତଙ୍କୁ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନ ଦ୍ୱାରା ଘରକୁ ଅଣାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଅପରେଶନ ଅଜୟ ଅଧୀନରେ ୧୮ ଜଣ ନେପାଳୀ ନାଗରିକଙ୍କ ସମେତ ୨୮୬ ଜଣ ଯାତ୍ରୀ ପହଞ୍ଚିଛନ୍ତି।

Share