ଅପରେଶନ ଅଲ-ଆକସା ଫ୍ଲଡ ବନାମ ଅପରେଶନ ଆଇରନ ସୋର୍ଡ: ୨୦ ମିନିଟରେ ୫ ହଜାରରୁ ଅଧିକ ରକେଟ ମାଡ଼ରେ ଇସ୍ରାଏଲ ଧ୍ୱଂସ ବିଧ୍ୱସ୍ତ…

ଜେରୁଜେଲମ, ୭।୧୦: ହମାସ ଇସ୍ରାଏଲ ଉପରେ ରକେଟ ମାଡ଼ କରାଯାଇଛି। ୨୦ ମିନିଟରେ ୫ ହଜାରରୁ ଅଧିକ ରକେଟ ମାଡରେ ଲୋକେ ଜରବନ ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଇସ୍ରାଏଲ କହିଛି ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ। ଖବର ଅନୁଯାୟୀ, ଏହି ଆକ୍ରମଣ ସମ୍ପର୍କରେ ହମାସର ସଶସ୍ତ୍ର ବାହିନୀ ‘ଅପରେଶନ ଅଲ-ଆକସା ଫ୍ଲଡ’ ଆରମ୍ଭ କରିଥିବା ଘୋଷଣା କରିଛି।

ଇସ୍ରାଏଲ କହିଛି ହମାସକୁ ଏହାର କାର୍ଯ୍ୟ ପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଖବର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି।

ଆକ୍ରମଣ ପରେ ସଙ୍କଟ ଆହୁରି ଗଭୀର ହେବାର ଆଶଙ୍କା ମଧ୍ୟରେ ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ଟୁଇଟ କରି କହିଛନ୍ତି ଇହୁଦୀ ଛୁଟିଦିନରେ ଗାଜାରୁ ଇସ୍ରାଏଲ ଉପରେ ଆକ୍ରମଣ କରାଯାଉଛି। ହମାସ ଆତଙ୍କବାଦୀଙ୍କ ଦ୍ୱାରା ରକେଟ ମାଡ ଏବଂ ଅନୁପ୍ରବେଶ ମଧ୍ୟ ହୋଇଛି।

ଇସ୍ରାଏଲ ସେନାର କାଉଣ୍ଟର ଆକ୍ସନ ଅପରେଶନ ଆଇରନ ସୋର୍ଡ ଆରମ୍ଭ ହୋଇଛି।

Share