Categories: ଜାତୀୟ

ଅପରେଶନ୍‌ ଅଲ୍‌ ଆଉଟ୍‌, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୫।୫ : ଜମ୍ମୁ-କଶ୍ମୀରର ବାରମୁଳାର କରେରି ଅଞ୍ଚଳର ନଜିଭାତ ଛକ ଠାରେ ଆତଙ୍କବାଦୀଙ୍କ ସହିତ ପୋଲିସ ଏବଂ ସେନା ଯବାନ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଏହି ଘଟଣାରେ ଜମ୍ମୁ-କଶ୍ମୀର ପୋଲିସର ଜଣେ ଯବାନ ଶହୀଦ ହୋଇଛନ୍ତି। କଶ୍ମୀରର ଆଇଜିପି ବିଜୟ କୁମାର ଏହି ସୂଚନା ଦେଇଛନ୍ତି।

ପୋଲିସ ମୁଖପାତ୍ର କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ମିଳିତ ସୁରକ୍ଷା ବାହିନୀ ଘେରାବନ୍ଦୀ କରିବା ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଆତ୍ମସମର୍ପଣ ପାଇଁ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ପରେ ଏହାର ଜବାବରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା।
ଏହି ଘଟଣା ପୂର୍ବରୁ ଆତଙ୍କବାଦୀମାନେ ମଙ୍ଗଳବାର କୁଲଗାମ ଜିଲାର ୟାରିପୋରା ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତିନି ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।

Share