Categories: ଜାତୀୟ

‘ଅପରେଶନ ଦୋସ୍ତ’

ନୂଆଦିଲ୍ଲୀ, ୯।୨: ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ତୁର୍କୀ ଓ ସିରିଆକୁ ଭାରତ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛି। କେନ୍ଦ୍ର ସରକାର ‘ଅପରେଶନ୍‌ ଦୋସ୍ତ’ ଆରମ୍ଭ କରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବୁଧବାର ଟୁଇଟରରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି।

ଅନେକ ସମୟରେ ବିଶ୍ୱର ଭୂରାଜନୀତିରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। କିନ୍ତୁ ଭାରତ ‘ବସୁଧୈବ କୁଟୁମ୍ବକମ୍‌’ ନୀତି ଆପଣାଇ ସବୁବେଳେ ମାନବ ଜାତିର କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Share