Categories: ଜାତୀୟ

ଅପରେଶନ ଗଙ୍ଗା ଦେଶର ଅଦମ୍ୟ ଭାବନାର ପ୍ରତୀକ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୬ : ଅପରେଶନ ଗଙ୍ଗା ହେଉଛି ଦେଶର ଅଦମ୍ୟ ଭାବନାର ପ୍ରତୀକ। ଏନେଇ ଏକ ଡକ୍ୟୁମେଣ୍ଟାରୀ ଅବସରରେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ବଦେଶ ଆଣିବା ପାଇଁ ‘ଅପରେଶନ ଗଙ୍ଗା’ ଉପରେ ଏକ ନୂତନ ଡକ୍ୟୁମେଣ୍ଟାରୀ ଏହି ଅଭିଯାନ ସହ ଜଡିତ ଦିଗ ଉପରେ ଅତ୍ୟନ୍ତ ସୂଚନାପୂର୍ଣ୍ଣ ହେବ।

ବାସ୍ତବରେ ଏକ ଟିଭି ଚ୍ୟାନେଲ ଏହାର ନୂତନ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ଦି ଏଭାକ୍ୟୁଶନ: ଅପରେସନ ଗଙ୍ଗା’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ଏହି ଡକ୍ୟୁମେଣ୍ଟାରୀରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଉଦ୍ଧାର କାର୍ଯ୍ୟର କାହାଣୀ କୁହାଯାଇଛି। ଏହି ଡକ୍ୟୁମେଣ୍ଟାରୀ ସଂପର୍କରେ ପ୍ରଧାନମନ୍ତ୍ରୀ ଦେଇଥିବା ଏହି ମନ୍ତବ୍ୟ ସାମ୍ନାକୁ ଆସିଛି।

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ରହିଥିବା ହଜାର ହଜାର ଛାତ୍ରୀଛାତ୍ର ଏବଂ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟରେ କହିଛନ୍ତି ’ଅପରେଶନ ଗଙ୍ଗା’ ଆମ ଲୋକଙ୍କ ପାଖରେ ଠିଆ ହେବା ପାଇଁ ଆମର ସଂକଳ୍ପକୁ ଦର୍ଶାଉଛି।

ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିପରି ଏହି ଅପରେଶନ ଚଳାଇଛନ୍ତି ତାହା ଡକ୍ୟୁମେଣ୍ଟାରୀରେ ଦର୍ଶାଯାଇଛି। ଏଥିରେ ସେ କହିଛନ୍ତି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଏକ ଗଭୀର ବିଶ୍ୱାସ ରହିଛି ଯେତେ ଚ୍ୟାଲେଞ୍ଜ ହେଉନା କାହିଁକି, ପରିସ୍ଥିତି ଯେତେ କଷ୍ଟ ହେଉନା କାହିଁକି ସେମାନେ ଜାଣନ୍ତି ସେମାନଙ୍କ ସରକାର ସେମାନଙ୍କ ସହ ଦୃଢ଼ଭାବରେ ଠିଆ ହୋଇଛନ୍ତି ଏବଂ ସେମାନଙ୍କୁ ନିରାପଦରେ ଘରକୁ ଫେରାଇ ଆଣିବେ। ଏହା କେବଳ ନୀତି ନୁହେଁ, ଏହା ମାନବିକତାର ଆମର ନିୟମ। ଏହା ଏକ ବନ୍ଧନ ଯାହାକୁ ଆମେ ବାରମ୍ବାର ବୃଦ୍ଧି ପାଉଥିବା ଦେଖିଛୁ, ଯାହା ଆମ ଦେଶର ଅବିସ୍ମରଣୀୟ ଅଦମ୍ୟ ଭାବନାକୁ ପ୍ରତିଫଳିତ କରେ ।

Share