Categories: ଜାତୀୟ

ଅପରେଶନ୍‌ ଗଙ୍ଗା, ୟୁକ୍ରେନ୍‌ର ପଡୋଶୀ ଦେଶ ଯିବେ ୪ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସ୍ବଦେଶ ଫେରାଇ ଅଣାଯାଉଛି। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ସୋମବାର ଏକ ଜରୁରୀକାଳୀନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ୟୁକ୍ରେନ୍‌ର ପଡୋଶୀ ଦେଶକୁ ପଠାଇବା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ମନ୍ତ୍ରୀମାନଙ୍କ ମଧ୍ୟରେ ହରଦୀପ୍‌ ସିଂ ସୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରେନ ରିଜିଜୁ ଏବଂ ଜେନେରାଲ ବି.କେ. ସିଂ ରହିଛନ୍ତି। ୟୁକ୍ରେନ୍‌ର ପଡୋଶୀ ଦେଶରେ ପହଞ୍ଚି କେନ୍ଦ୍ରୀୟମନ୍ତ୍ରୀମାନେ ଭାରତୀୟ ସୁରକ୍ଷିତ ସ୍ବଦେଶ ଫେରିବା ପାଇଁ ବ୍ୟବସ୍ଥା କରିବେ।

Share